ଚକ ଫାଟି ଟ୍ରକ ରେ ଲାଗିଲା ନିଆଁ,ଆୟତ୍ତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Dec 16, 2024 - 07:59
 0  6
ଚକ ଫାଟି ଟ୍ରକ ରେ ଲାଗିଲା ନିଆଁ,ଆୟତ୍ତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

କୋକସରା: ଲୋକ ଆବାଜ୍.ଇନ୍ (ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଷ୍ଟେଟ ବ୍ୟାଙ୍କ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ସାର ମାଲ ପରିବହନ ଟ୍ରକ ର ପଛ ଚକ ଫାଟି ଯିବାରୁ ହଠାତ ଟ୍ରକ ରେ ନିଆଁ ଲାଗି ଯାଇଥିଲା। ଆମପାଣି ର କିଛି ସ୍ଥାନୀୟ ଲୋକେ ଏନେଇ ସାଙ୍ଗେ ସାଙ୍ଗେ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେବାପରେ କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଓ କର୍ମଚାରୀ ମାନେ ପହଞ୍ଚି ଟ୍ରକ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ଏପି ୦୭ ଟିଜି ୭୦୦୯ ଟ୍ରକ ଟି ମାଲ ସାର ପରିବହନ କରି ବିଶାଖାପାଟଣା ରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଚକ ଫାଟି ନିଆଁ ଲାଗିଗଲା। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି

What's Your Reaction?

like

dislike

love

funny

angry

sad

wow