ଚାରିବର୍ଷ ହେବ ବନ ସଂରକ୍ଷଣ ସମିତି ବାରଣ୍ଡା ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର
ବାଲିଗୁଡ଼ା:ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
ଚାରିବର୍ଷ ହେବ ବନ ସଂରକ୍ଷଣ ସମିତି ବାରଣ୍ଡା ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର, ଏହିଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତ ଅଧୀନ ଜୁରୁକୁପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ରେ l ନିଜସ୍ଵ ଗୃହ ନଥିବାରୁ ଦୀର୍ଘ ଚାରିବର୍ଷ ହେବ ଖରା ବର୍ଷା ଶୀତରେ ଖୋଲା ବାରଣ୍ଡା ରେ ଚାଲିଛି ପ୍ରିକ୍ଲାସ, ଯେଉଁଠି ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି ସେଇଠି ହେଉଛି କ୍ଲାସ ଏବେ ବର୍ଷା ଋତୁ ଚାଲିଥିବାରୁ ଶିଶୁମାନେ ଓଦାହୋଇ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ଦେଖିବାକୁ ମିଳୁଛି ସେହିଭଳି ଖରା ଦିନେ ମଧ୍ୟ ଅସହ୍ୟ ଗରମ ଯୋଗୁଁ ଶିଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏନେଇ ଗ୍ରାମବାସୀ ବହୁବାର ଅଙ୍ଗନୱାଡ଼ି କେନ୍ଦ୍ର ର ଗୃହ ନିର୍ମାଣ ପାଇଁ କ. ନୂଆଗାଁ ସି. ଡି. ପି. ଓ ଏବଂ ବ୍ଲକ୍ ପ୍ରଶାସନ କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି l
What's Your Reaction?