ଜଙ୍ଗଲ ସୁରକ୍ଷା ଜନ ସଚେତନତା ଓ ବ୍ୟାପକ ବୃକ୍ଷରୋପଣ ଯୋଗୁଁ ବାଲିଗୁଡାଅଂଚଳରେ ଜଙ୍ଗଲ ବୃଦ୍ଧି l ବନ୍ୟପ୍ରାଣୀ ସୁରକ୍ଷିତ ଅଛନ୍ତି

Oct 19, 2024 - 07:18
 0  50
ଜଙ୍ଗଲ ସୁରକ୍ଷା ଜନ ସଚେତନତା ଓ ବ୍ୟାପକ ବୃକ୍ଷରୋପଣ ଯୋଗୁଁ  ବାଲିଗୁଡାଅଂଚଳରେ ଜଙ୍ଗଲ ବୃଦ୍ଧି l ବନ୍ୟପ୍ରାଣୀ ସୁରକ୍ଷିତ ଅଛନ୍ତି

ବାଲିଗୁଡା: ଲୋକ୍ ଆବାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ନିୟମିତ ଗାଁ ଲୋକଙ୍କ ମଧ୍ୟରେ ଜନସଚେତନତା ସାଙ୍ଗକୁ ବ୍ୟାପକ ବୃକ୍ଷରୋପଣ ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ବିଭାଗ ଡିଭିଜନ ରେ ପୂର୍ବପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି l ଜଙ୍ଗଲ ରେ ବିଭିନ୍ନ ପ୍ରଜାତିର ବୃକ୍ଷ ରେ ଭରପୁର ହୋଇଛି l ବାଲିଗୁଡା ଡି ଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l କେବଳ ସେତିକି ନୁହେଁ ଜଙ୍ଗଲ କୁ ନିଆ ଦାଉରୁ ରକ୍ଷା କରିବା ଡିଭିଜନ ର ସମସ୍ତ ରେଞ୍ଜରେ ବାଲିଗୁଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡ଼ିଏଫ ଓ l ଶ୍ରୀ ପଣ୍ଡା ଡିଭିଜନ ର ସମସ୍ତ ରେଞ୍ଜର ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷାକରି ଡିଭିଜନ ରେ ଜଙ୍ଗଲ ବୃଦ୍ଧି ସହିତ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି l

 

ଡିଏଫଓ  ବିଶ୍ୱରାଜ ପଣ୍ଡା ଙ୍କ ଉଦ୍ୟମ ପ୍ରଶଂସନୀୟ l ଖରାଦିନ ଆସିବା ପୂର୍ବରୁ ଏହି ଡିଭିଜନ ର ପ୍ରତ୍ୟେକ ରେଞ୍ଜ ରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି ପ୍ରତି ରେଞ୍ଜ ରେ ଫାୟାର ପ୍ରଟେ କ୍ସନ ଟିମ ସତର୍କ ନଜର ରଖୁଛନ୍ତି,ଫଳରେ ଜଙ୍ଗଲ ନିଆଁ କୁ ରୋକା ଯାଇପାରିଛି l ବାଲିଗୁଡା ଡିଭିଜନ ଅନ୍ତର୍ଗତ ସlତଗୋଟି ରେଞ୍ଜ ବାଲିଗୁଡା, ତୁମୁଡିବନ୍ଧ, କ ନୂଆଗାଁ, ବେଲଘର, କୋଟଗଡ଼,ବ୍ରାହ୍ମଣୀଗାଁ, ସୀମାନ ବାଡି ରେଞ୍ଜ ରହିଛି l ଏଥିସହ ୨୪ ଟି ସେକ୍ସନ ଓ ୭ ୫ ଟି ବିଟ ରହିଛି l ଜଙ୍ଗଲ ଓ ବନ୍ୟ ପ୍ରାଣୀ ସୁରକ୍ଷା,ବୃକ୍ଷ ରୋପଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି l ଏଥିସହ ଗାଁ ଗାଁ ରେ ଜଙ୍ଗଲ ସୁରକ୍ଷା ସମିତି, ସ୍ୱୟଂ ସହାୟକଗୋଷ୍ଠୀ ମାନଗଠନ କରାଯାଇ ସେମାନଙ୍କ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାମ ମାନ କରାଯାଉଛି l କାଠ ଚୋର ଙ୍କୁ ସlବାଡ଼ କରିବା ପାଇଁ ଦିବା ରାତ୍ର ପେଟ୍ରୋଲିଂ କରାଯାଉଛି l

What's Your Reaction?

like

dislike

love

funny

angry

sad

wow