ଜରି ପଲିଥିନ, ପ୍ଲାଷ୍ଟିକ ବର୍ଜନ ପାଇଁ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପଥପ୍ରାନ୍ତ ନାଟକ , ଲୋକ ନୃତ୍ୟ  ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

Jul 12, 2025 - 21:52
 0  37

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଜରି ପଲିଥିନ ଓ ପ୍ଲାଷ୍ଟିକ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ  ପଥପ୍ରାନ୍ତ ନାଟକ  ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜରି ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର ରୋକିବା ଆଦିତ୍ୟ ବିର୍ଲା ଆଲୁମିନିୟମ କାରଖାନା ସୌଜନ୍ୟତା ରେ ସହଯୋଗୀ କାର୍ଯ୍ୟକାରୀ ସଂସ୍ଥା ମୁକ୍ତା ଦେବୀ ଚାରିଟେବୁଲ୍ ଟ୍ରଷ୍ଟ ମାଧ୍ୟମରେ ସଂସ୍ଥା ର ମୁଖ୍ୟ ନାଗେଶ୍ଵର ଖୋସଲା ଙ୍କ ନେତୃତ୍ବ ରେ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର ଦଶ ଜଣିଆ ଟିମ୍ କୋରାପୁଟ ଓ ରାୟଗଡା ଜିଲ୍ଲାର କମ୍ପାନୀ ପ୍ରଭାବିତ ଅଞ୍ଚଳ ର 36 ଗୋଟି ଉପାନ୍ତ ଗାଁ ରେ ପହଞ୍ଚି ଜରି ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ କି ଭଳି ପ୍ରଦୂଷଣ ବୃଦ୍ଧି ହେଉଛି ଏବଂ ଏହାର କୁ ପ୍ରଭାବ ପ୍ରକୃତି ଓ ମାନବ ସମାଜ ଉପରେ ପଡୁଛି ସେ ନେଇ l ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ  ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମ ରେ ଜନ ସଚେତନତା ସୃଷ୍ଟି କରିଥିଲେ l ବାଦ୍ୟ ଯନ୍ତ୍ର ରେ ବିଜୟ ଆମୟତ ସଂଗୀତ ରେ ସଚିଦା ନନ୍ଦ ପାତ୍ର ପରିଚାଳନା କରିଥିବା ବେଳେ ବିଭିନ୍ନ ଭୂମିକାରେ ବୁନା ଦିଲ୍ଲୀପ ଟିକି ଦଣ୍ଡିଆ ଭାଗିରଥି ଜଗନ୍ନାଥ ବିନ୍ଦିଆ ଦୀପ୍ତିମୟୀ ଅଭିନୟ କରିଥିଲେ l

What's Your Reaction?

like

dislike

love

funny

angry

sad

wow