ଜିଲ୍ଲାପାଳଙ୍କ ନୂଆ ଘୋଷଣା,ଶୃଙ୍ଖଳିତ ଶ୍ରୋତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ

Nov 24, 2025 - 21:43
 0  33
ଜିଲ୍ଲାପାଳଙ୍କ ନୂଆ ଘୋଷଣା,ଶୃଙ୍ଖଳିତ ଶ୍ରୋତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ

ନୂଆପଡ଼ା - ୨୪-୧୧ :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ସିନାପାଲି ବ୍ଲକର ଟିମନପୁର ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିରର ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟଗୁଡ଼ିକ ଉପସ୍ଥାପନ କରିଥିଲେ ଏବଂ ଏହାର ସୁବିଧା ନେଇ ନିଜ ଅଞ୍ଚଳରେ କାମ କରିବାକୁ ତଥା ବାହାର ଅଞ୍ଚଳକୁ ଦାଦନ ନ ଯିବା ପାଇଁ ସଚେତନ କରିଥିଲେ ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଏକ ନୂଆ ଘୋଷଣା କରିଥିଲେ ଯାହାକି ସମସ୍ତଙ୍କୁ ଖୁସି ପ୍ରଦାନ କରିଥିଲେ ।ସଚେତନତା ଶିବିର କାର୍ଯ୍ୟକ୍ରମରେ ଯେଉଁ ଶ୍ରୋତା ଶୃଙ୍ଖଳା ସହିତ ଶିବିରର ଅନ୍ତିମ ସମୟ ପର୍ଯ୍ୟନ୍ତ ସ୍ଥିର ଭାବରେ ଶୁଣିବ ତାଙ୍କୁ ଜିଲ୍ଲାପାଳ ଶୃଙ୍ଖଳିତ ଶ୍ରୋତା ନାମକ ପ୍ରଶଂସା ପତ୍ର ପ୍ରଦାନ କରିବେ ।

What's Your Reaction?

like

dislike

love

funny

angry

sad

wow