ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

Sep 11, 2024 - 14:12
 0  15
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

କଣ୍ଟାମାଳ: ଲୋକ୍ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

  କଣ୍ଟାମାଳ ବ୍ଲକ ସମ୍ବିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ସମୁଦାୟ 26ଗୋଟି ଆପତ୍ତି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ 20ଟି ବ୍ୟକ୍ତିଗତ ଓ 06ଗୋଟି ସାମୁହିକ ମାମଲା ରହିଛିl ବିଳାସପୁର ର ପ୍ରବାସୀ କହଁର ଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନ କରାଯାଇଥିଲା l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସାମୁହିକ ମାମଲା ଓ ବ୍ୟକ୍ତିଗତ ମାମଲା ନେଇ ଆସିଥିବା ଆପତ୍ତି ଅଭିଯୋଗ ର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦେଶ ଦିଆଯାଇଛି । ଶିବିରର ଅନ୍ୟମାନଙ୍କ ମଧ୍ୟରେ ନୋଡାଲ ଅଫିସର ସୁଦାମ କୁମାର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାତ କୁମାର ଦଣ୍ଡସେନା,କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାମି ଜୟଶ୍ରୀ ରେଡି,କଣ୍ଟାମାଲ ତହସିଲଦାର ଶ୍ୱେତପଦ୍ମl ଯୋଶୀ, ଜିଲ୍ଲା ସୂଚନା, ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ,ଇଂ ଜୟମହନ୍ତ,ଜଳଓ ପରିମଳ ବିଭାଗ ର ସହକାରୀ ଯନ୍ତ୍ରୀ,ଇଂ ଅଜିତକୁମାର ସେଠି, ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦୁଷ୍ମନ୍ତ କୁମାର ସାମଲ,କନିଷ୍ଠଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ଅଚାରୀ ଇଂ ଦିବ୍ୟଲୋଚନ ନାୟକ,ଇଂ କାଁହୁ ଚରଣ ସ୍ୱାଇଁ,ବିଏସଏସଓ ସୂର୍ଯ୍ୟ ଦାସ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରl କୁଜୁର, ବ୍ଲକ ଯୋଗାଣ ଅଧିକାରୀ ପ୍ରଦୀପ କହଁର, ଗ୍ରାମପଂଚାୟତଉନ୍ନୟନ ଅଧିକାରୀ ଗୌରୀପ୍ରଧାନ,ଏପିଓ ସଂଜିତ କୁମାର ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି,ବ୍ଲକଶିଶୁ ପ୍ରକଳ୍ପ ଅଧିକାରୀ ପଙ୍କଜିନୀ ମିଶ୍ର, ନିର୍ବାହୀଯନ୍ତ୍ରୀବୌଦ୍ଧ ଜଳସେଚନ ବିଭାଗନରେଶ କୁମାର ବାରିକ ,ଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ l ଶିବିରକୁ ନିରୋଜ ପାତ୍ର, ସ୍ୱାଧୀନ କୁମାର ରାଜହଂସ, ପ୍ରଶାନ୍ତ ନାଏକ, ରୋହିତ ନାଏକ, ଅରୁଣ ବେହେରl, ଧରମ ବେହେରା, ସୁଦାମ ସାହୁ, ଅର୍ଜୁନ ଦାସ, ସମେତ କଣ୍ଟାମାଳ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow