ଜିଲ୍ଲା ରାଜସ୍ବ ଅଧିକାରୀଙ୍କ ବୈଠକ

Nov 20, 2024 - 23:36
 0  60
ଜିଲ୍ଲା ରାଜସ୍ବ ଅଧିକାରୀଙ୍କ ବୈଠକ

ନୂଆପଡ଼ା - ଲୋକ ଆବାଜ.ଇନ ( ରାମନାଥ ପଣ୍ଡାଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଓ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଆଲୋକ କୁମାର ଅନୁଗୁଳିଆ, ଡ଼ଃ ସବ୍ୟସାଚୀ ସାହୁ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ,ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ବନ୍ ବିଭାଗ ଅଧିକାରୀ, ଅବକାରୀ ନିରୀକ୍ଷକ, ଆର୍ ଟିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟ ନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ଅଧିକାରୀ କୋର୍ଟ କେସ ସବୁର ତୁରନ୍ତ ସମାଧାନ କରିବେ ,ସମସ୍ତ ବିଭାଗ ପ୍ରଚେଷ୍ଟା କରି ବିଭିନ୍ନ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦେବେ , ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ୍ ପଥରରୁ ନିୟମିତ ରାଜସ୍ବ ସଂଗ୍ରହ କରିବେ, ଜି ଏସ ଟି, ଅବକାରୀ ଓ ପରିବହନ ବିଭାଗ, ମଧ୍ଯ ସେମାନଙ୍କ ଧାର୍ଯ୍ୟ ରାଜସ୍ବ ଲକ୍ଷ୍ୟ ପୂରଣ କରନ୍ତୁ, ବିଦ୍ୟାଳୟ ମହାବିଦ୍ୟାଳୟ ପାଖରେ ମାଦକ ଦ୍ରବ୍ୟ ବିକ୍ରି ଉପରେ କଠୋର କଟକଣା ଲଗାଯିବ , ଜିଲ୍ଲାରେ ମଦ୍ୟପାନ ଜନିତ ଓ ବିନା ହେଲମେଟରେ ଯାଇ ରାସ୍ତା ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ନିୟମିତ ଚେକ୍ କରାଯାଉ , ଜି ଏସ ଟି ବିଭାଗ ରାଜସ୍ୱ ବୃଦ୍ଧି ପାଇଁ ବାଣିଜ୍ୟ ପେଣ୍ଠ ଖରିଆର୍ ଓ ଖରୀଆର ରୋଡ୍ ସହର ଉପରେ ବିଶେଷ ଧ୍ୟାନ ଦେବେ, ଯନ୍ତ୍ରୀମାନେ ଠିକାଦାର ମାନଙ୍କ ଠାରୁ ସଠିକ୍ ରାଜସ୍ବ ଆଦାୟ କରିବେ , ଜଙ୍ଗଲ , ସମାଜ ମଙ୍ଗଳ ଓ ରାଜସ୍ୱ ବିଭାଗ ମିଶି ଆଦିବାସୀ ମାନଙ୍କୁ ଶୀଘ୍ର ଜଙ୍ଗଲ ଜମି ରେ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବେ, ସମସ୍ତ ଅଧିକାରୀ ମୁକ୍ତ ହସ୍ତରେ ରେଡକ୍ରସ୍ ପାଣ୍ଠି ପାଇଁ ଦାନ କରିବା ସହିତ ଏହାର ବୃଦ୍ଧିରେ ସହାୟକ ହେବେ , ସମସ୍ତେ ସମ୍ମିଳିତ ଉଦ୍ୟମରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ନିରାକରଣ ପାଇଁ ପଦକ୍ଷେପ ନେବେ, ତହସିଲଦାର ଓ ଆର୍ ଟି ଓ ମିଳିତ ଭାବରେ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଗାଡି ମାନଙ୍କ ତଲାସି କରିବେ , ତହସିଲଦାରମାନେ ରାଜସ୍ଵ ବୃଦ୍ଧି ପାଇଁ ଉଦ୍ୟମ କରିବା ସହିତ ରେଭେନ୍ୟୁ କେଶ୍ ସବୁର ତୁରନ୍ତ ସମାଧାନ କରିବେ

। ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ମଧ୍ୟ କହିଲେ କି ଧାର୍ଯ୍ୟ ରାଜସ୍ବ ସଂଗ୍ରହ ଦ୍ଵାରା ଜିଲ୍ଲାର ସମ୍ବଳ ବୃଦ୍ଧି ହେଲେ ବିକାଶର ହାର ବଢ଼ିବ ତେଣୁ ଏଥିପ୍ରତି ସମସ୍ତ ଅଧିକାରୀ ଧ୍ୟାନ ଦେବେ l ମାନବୀୟ ମୂଲ୍ୟବୋଧ ନେଇ କାମକରିବା ଏଵଂ ବିଭିନ୍ନ କ୍ଷେତ୍ରରେ ସର୍ବୋତ୍ତମ ସଫଳତା ପ୍ରଦର୍ଶନ କରିବା ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow