ଜିଲ୍ଲା ସ୍ତରୀୟ ବିଶ୍ଵ କଳା ମୋତିଆ ସପ୍ତାହ ପାଳିତ

Mar 13, 2025 - 20:07
 0  3
ଜିଲ୍ଲା ସ୍ତରୀୟ ବିଶ୍ଵ କଳା ମୋତିଆ ସପ୍ତାହ ପାଳିତ

ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସୁବର୍ଣ୍ଣପୁର ନର୍ସିଂ ସ୍କୁଲ ତାଲିମ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ କଳା ମୋତିଆ ସପ୍ତାହ -୨୦୨୫ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭିବିଡି) ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି )ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ,ଅଧ୍ୟକ୍ଷ ସଂଜୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳା ମୋତିଆ ର କାରଣ ,ଲକ୍ଷଣ ଓ ଏହାର ସୁ-ସମ।ଧାନ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନକରିଥିଲେ. ଏକ ସୁସ୍ଥ ସୁନ୍ଦର ସମାଜ ତଥା ଗ୍ଲକମା ମୁକ୍ତ ବିଶ୍ଵ ଗଠନ କରିବା ପାଇଁ ସମସ୍ତେ ଏକାଠି ହୋଇପାରିଵା ଉପରେ ଅତିଥି ବୃନ୍ଦ ଆଲୋକପାତ କରଥିଲେ. ଡ୍ରଇଂ ଓ କୁଇଜ୍ ପ୍ରତିଯୋଗୀ ୧୦ ଜଣ ଙ୍କୁ ପୁରସ୍କୃତ କରାଯାଇଥିଲା.ଉକ୍ତ ସଭାରେ ନର୍ସିଂ ସ୍କୁଲ ର ଛାତ୍ର ଛାତ୍ରୀ , ନର୍ସିଂ ଅଫିସର ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow