ଜୟବାହାଲ୍ ଓ ଅନକାପୁର ଠାରେ ସୁରଭି ମହୋତ୍ସବ ।

Sep 28, 2024 - 13:43
 0  75
ଜୟବାହାଲ୍ ଓ ଅନକାପୁର ଠାରେ ସୁରଭି ମହୋତ୍ସବ ।

ନୂଆପଡ଼ା :ଲୋକ ଆବାଜ ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲର୍କା କ୍ଲଷ୍ଟରର 

ଅନକାପୁର ଓ କରଙ୍ଗାମାଳ କ୍ଲଷ୍ଟର ର ଜୟବାହାଳ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସୁରଭି ମହୋତ୍ସବ ପାଳିତ ହୋଇଯାଇଛି ।ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ କରିବାକୁ ସରକାରଙ୍କ ଏହି ସୁରଭି କାର୍ଯ୍ୟକ୍ରମ ଉଭୟ ଛାତ୍ର ଛାତ୍ରୀଙ୍କ କଳାକୁ ଉଜ୍ଜୀବିତ କରୁଥିବା ସହିତ ଅଭିଭାବକଙ୍କୁ ମଧ୍ୟ ସଚେତନ ଓ ଦାୟୀତ୍ୱ ବୋଧ ଉପରେ ଆଲୋକପାତ କରୁଛି ।ଅନକାପୂର ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରୁଦ୍ରେଶ୍ୱର ମେହେର ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡ଼େନ ମୁଖ୍ୟ ଅତିଥି ରୂପେ ଓ ଅବସରପ୍ରାପ୍ତ ଲର୍କା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବନବିହାରୀ ମେହେର ମୁଖ୍ୟ ବକ୍ତା ଭାବେ ଅଳଙ୍କୃତ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଗୋଲକ ଚନ୍ଦ୍ର ତ୍ରିପାଠୀ,ରୋକାଳ ସରପଞ୍ଚ ଠାକୁର ବାଗ,ଲର୍କା ସରପଞ୍ଚ ଜୟଶ୍ରୀ ପଟେଲ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଂଯୋଗ କୁମାର ବାଗ,ଲର୍କା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପରେଶ ମାଝୀ,ଅଙ୍କନ ସିଂ ମାଝୀ ପ୍ରଧାନ ଶିକ୍ଷକ ୟୁ ଜି ପି ଏସ ତରାପୁର ଓ ଏସ ଏମ ସି ପ୍ରେସିଡେଣ୍ଟ ଧନସିଂ ମାଳି ମଞ୍ଚାସିନ ଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଧିବଦ୍ଧ ଭାବରେ ସୁରଭି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।ଉଭୟ ଶିକ୍ଷକ ଅଙ୍କନ ସିଂ ମାଝୀ ଓ ଅଶୋକ କୁମାର ବାରିକ ମଞ୍ଚ ପରିଚାଳନା କରିବା ଦେଖିବାକୁ ମିଳିଥିଲା ।

ଠିକ୍ ସେହିଭଳି ଜୟବାହାଳ ଠାରେ ଉଦଘାଟନୀ ସମାରୋହରେ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ସିଂ ବାଗଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଂଚ ଠାକୁର ବାଗ ଯୋଗଦାନ କରିଥିବାବେଳେ ବିଶିଷ୍ଟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ଦେ,ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମର ସିଂ ଭୋଇ ,ଏସ ଏମ ସି ସଭାପତି ଆର୍ତ୍ତତ୍ରାଣ ସଲମା,ଶିକ୍ଷକ ରମେଶ ମେହେର,ଆସିଷ୍ଟାଣ୍ଟ ଶିକ୍ଷକ ବିରେନ୍ଦ୍ର କୁମାର ମୁଣ୍ଡ ପ୍ରମୁଖ ମଞ୍ଚାସିନ ଥିଲେ । ଉଭୟ ଅନକାପୁର ଓ ଜୟବାହାଲ ଠାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ବିତର୍କ,ଗଣିତ ଦୌଡ଼,ସୃଜନଶୀଳ ଲିଖନ,ଚିତ୍ରାଙ୍କନ,ନୃତ୍ୟ,ସଙ୍ଗୀତ ପ୍ରବନ୍ଧ,ହସ୍ତାକ୍ଷର,ଦଳଗତ ନୃତ୍ୟ,ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ କରାଯାଇଥିଲା ।ଜୟବା ହାଳର ଉଦଯାପନୀ କାର୍ଯ୍ୟକ୍ରମରେ ସରପଂଚ ଠାକୁର ବାଗ,ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ଵର ମେହେର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ଦେ,ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ସିଂ ବାଗ, କରଙ୍ଗା ମାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମେହେର,ସି ଆର୍ ସି ସି ଅମର ସିଂ ଭୋଇ,ପ୍ରଧାନ ଶିକ୍ଷକ ଏ ୟୁ ପି ଏସ ଉଦ୍ଧବ ସଲମା ମଞ୍ଚାସିନ ଥିଲେ ।ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅତିଥି ଅଧିକାରୀ ପୁରସ୍କାର ପ୍ରଦାନ କରିଥିଲେ ।ଅନକାପୁର ଠାରେ ପ୍ରଧାନ ଶିକ୍ଷକ ଅଙ୍କନ ସିଂ ମାଝୀ ଓ ବରିଷ୍ଠ ଶିକ୍ଷକ ଅଶୋକ କୁମାର ବାରିକ ଏବଂ ଜୟବାହାଲ କାର୍ଯ୍ୟକ୍ରମରେ ଶିକ୍ଷକ ଉତ୍ତମ ମହାହୁତି ଅଳଙ୍କାର ଓ ଉପମା ତଥା ସୁନ୍ଦର ଶବ୍ଦ ସଂଯୋଜନାରେ ମଞ୍ଚ ପରିଚାଳନା କରିଛନ୍ତି ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରାୟ ୨୫ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।ବୋଡ଼େନ ବ୍ଲକର କୁଲେକେଲା,ବାବେବିର, ବୋଇର ଗାଁ, ବୁଢିପଦର ଓ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

What's Your Reaction?

like

dislike

love

funny

angry

sad

wow