ତ୍ରି ଦିବସୀୟ ଶିକ୍ଷା ଅଧିକାର ଓ ଶିକ୍ଷା ନୀତି ସେମିନାର*

କଳାହାଣ୍ଡି;୮/୧୧ ଲୋକ ଆବାଜ. ଇନବ୍ୟୁରୋ ରିପୋର୍ଟ)
ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏଲଟିଆଇ ମାଇଣ୍ଡଟ୍ରୀ ଫାଉଣ୍ଡେସନ ସହାୟତା ରେ ସଞ୍ଚୟ ଶକ୍ତି ଭବନ, ବୁର।ଟ ଠାରେ ତିନି ଦିନିଆ ଜାତୀୟ ଶିକ୍ଷା ନୀତି ଓ ଶିକ୍ଷା ଅଧିକାର ସେମିନାର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜୟ ସେନ ନିଆଲ, ରାଜ୍ୟ ସ୍ତରୀୟ ତାଲିମ ଦାତା ଶ୍ରୀଯୁକ୍ତ ସପନ କୁମାର ଗୁହ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଦାନନ୍ଦ ସାହୁ, ମହାଶକ୍ତି ଫାଉଣ୍ଡେସନ ର ବୋର୍ଡ ମେମ୍ବର ତଥା ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ, ଜିଲ୍ଲା ସଂଯୋଜକ ସୁରେଶ କୁମାର ପଟ୍ଟନାୟକ ଓ ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର ମ.ରାମପୁର ବ୍ଲକ ସଂଯୋଜକ ସୁ ଶ୍ରୀ ଭଗ୍ୟଶ୍ରୀ ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆୟୋଜକ ଅନୁଷ୍ଠାନ ର ଶ୍ରୀ ସାହୁ ସ୍ବାଗତ କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ସଂପର୍କରେ ସୁଚନା ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ସଂଯୋଜନା କରିଥିଲେ।
ମୁଖ୍ୟ ଅତିଥି ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନିଆଲ ଶିକ୍ଷା ଅଧିକାର ଓ ଶିକ୍ଷା ନୀତି ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଉକ୍ତ ସେମିରର ରେ ମଦନପୁର ରାମପୁର ବ୍ଲକ ର ଡମ୍ବ କର୍ଲାଖୁଣ୍ଟା, ମାନିକେରା, ମୋହନ ଗିରି, ଦେଦଶୁଲି ଓ ସିଂହପୁର ଗ୍ରାମପଞ୍ଚାୟତ ର ସ୍କୁଲ କମିଟି ର ସଦସ୍ୟ, ଶିକ୍ଷକ, ଲୋକପ୍ରତିନିଧି ୪୦ ରୁ ଉର୍ଦ୍ଧ ଅଂଶଗ୍ରହଣ କରିଥିଲେ। ତାଲିମ ଦାତା ଭାବେ ଶ୍ରୀଯୁକ୍ତ ସପନ କୁମାର ଗୁହ ଓ ଶ୍ରୀଯୁକ୍ତ ହୃଦାନନ୍ଦ ସାହୁ ତାଲିମ ପ୍ରଦାନ କରିଥିଲେ।ସମୀର ପୁଝାରୀ, ମମିତା ପୁଝାରୀ, ଶୈରେନ୍ଦ୍ରି ସାହୁ, ଭାରତୀ ଶର୍ମା ଓ ବଂଶୀଧର ରଣା ସହଯୋଗ କରିଥିବା ବେଳେ ମହାଶକ୍ତି ଫାଉଣ୍ଡେସନ ର ସୁଶ୍ରୀ ଭଗ୍ୟଶ୍ରୀ ରାଉତ ଧନ୍ୟବାଦ ଦେଇଥିଲେ ଓ ଆଗାମୀ ଦୁଇଦିନ କାର୍ଯ୍ୟକ୍ରମ ବିଷୟ ରେ ସୂଚନା ଦେଇଥିଲେ।
What's Your Reaction?






