ଦିଗାମ୍ବର ସାହୁ ହତ୍ୟାକାଣ୍ଡ ମାମଲା,ଦୁଇଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

କଣ୍ଟାମାଳ: ଲୋକ୍ ଆବାଜ୍ .ଇନ୍ ( ପୂର୍ଣ୍ଣ ଚରଣ ସାହୁ)
ଗତ ୨୦୨୦ରେ ହୋଇଥିବା ଏକ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତକୁ ମାନ୍ୟବର ଏ ଡି ଜେ କୋର୍ଟ ଆଜୀବନ କାରାଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି | ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମରେ ଗତ ୨୦୨୦ମସିହା ଜୁନ ମାସ ୨୦ତାରିଖରଥଯାତ୍ରା ଦିନ ସକାଳୁ ଦିଗାମ୍ବର ସାହୁ ଓ ତାଙ୍କ ମାଁ ଉକିଆ ସାହୁ ଦପଳା ବନ୍ଧ ହିଢ଼ ରେ ନିଜ ଖେତ କୁ ଯାଉଥିଲେ । ବାଟରେ ଉକ୍ତ ଗ୍ରାମର ବାବୁଲି ଦେହୁରୀ,ମନୋଜ ସାହୁଙ୍କ ସମେତ ୫ଜଣ ଦୃର୍ବୁତ୍ତ ଦିଗାମ୍ବରଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିର୍ମମ ଭାବେ ହାଣି ଦେଇଥିଲେ । ତାପରେ ସ୍ଥାନୀୟ ଲୋକେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଦିଗାମ୍ବରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଦିଗାମ୍ବରଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମୃତ ଦିଗାମ୍ବରଙ୍କ ମାଁ ଉକିଆ ସାହୁ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଆଧାର କରି ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ ସହ ତଦନ୍ତ କରି ଦପଲା (୧)ଗ୍ରାମର ମନୋଜ ସାହୁ ଓ ବାବୁଲି ଦେହୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାରଣାସ୍ତ୍ର ଜବତ କରି ଏସଟି କେସ ୫/୨୦୨୧ରେ ମାମଲା ରୁଜ୍ଜୁ କରି ଉକ୍ତ ହତ୍ୟା ମାମଲାର ଆଜି ମାନ୍ୟବର ଏ ଡି ଜେ କୋର୍ଟ ରେ ୨୩ଜଣ ସାକ୍ଷୀ ଙ୍କ ବୟାନ ଆଧାରରେ ବିଚାରପତି ଅଜୟ ପ୍ରଧାନ ଅଭିଯୁକ୍ତଦ୍ୱୟଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଶୁଣାଇଛନ୍ତି |
What's Your Reaction?






