ଦିବ୍ୟଉର୍ଯା ସେବା ସମିତି ପକ୍ଷରୁ ଦିବ୍ୟାଙ୍ଗ ପିଲା ଙ୍କୁ ବାଗବର ମଠ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Nov 24, 2024 - 20:57
 0  8
ଦିବ୍ୟଉର୍ଯା ସେବା ସମିତି ପକ୍ଷରୁ ଦିବ୍ୟାଙ୍ଗ ପିଲା ଙ୍କୁ ବାଗବର ମଠ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

 ସୋନପୁର :ଲୋକ ଆବାଜ-ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ଦିବ୍ୟ ଉର୍ଜ୍ଜ୍ଯା ସେବା ସମିତି ତରଫରୁ ଆଜି ସକାଳ ରେ ଜିଲ୍ଲା ଦିବ୍ୟlଙ୍ଗ ବିଦ୍ୟାଳୟ ରେ କମ୍ବଳ ବଣ୍ଟନ କରା ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ କଣ୍ଟାମାଳର ଅବସର ପ୍ରାପ୍ତ ଶିକ୍ଷକ ରଙ୍କନିଧି ମିଶ୍ର ଓ ଯୋଶୋବନ୍ତି ମିଶ୍ର ଙ୍କ କନିଷ୍ଠ ପୁତ୍ର ଯୋଗୀ ଶ୍ରିବନ୍ତ ମିଶ୍ର ଙ୍କ ନିଆରା ଓ ନିରାଡମ୍ବର ଭାବେ ଜନ୍ମ ଦିନ ପାଳନ କରିଛନ୍ତି । ଓ ଏହି ଛାତ୍ର ଛାତ୍ରୀ ମାନଙ୍କୁ ଶୀତ ବସ୍ତ୍ର କମ୍ବଳ ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଯୋଗ ସେବା ସମିତି ସଭାପତି ଗୋପାଳ ନେଗୀ, ଯୋଗ ଗୁରୁ ମନୋଜ୍ ପଣ୍ଡା, ସମାଜ ସେବୀ ରବୀନ୍ଦ୍ର ଜେନା, ଶ୍ରୀକାନ୍ତ ମିଶ୍ର, ଯୋଗୀ ନନ୍ଦ ଲାଲ ଅଗ୍ରୱାଲା, ପ୍ରସନ୍ନ କର୍ଣ୍ଣ, ଦେବ ରଞ୍ଜନ ତ୍ରୀପାଠୀ, ମହିଳା ସଭ୍ୟ ରୁକୁଣୀ ମେହେର, ତୁଳସୀ ଅଗ୍ରୱାଲା, ମନ ପାଣିଗ୍ରାହି, ମନ ରଞ୍ଜନ ମିଶ୍ର, ସୁବାସ ପଣ୍ଡା, ସଞ୍ଜୟ ବଡ ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ସଂଗୀତ କାର ପୁରନ୍ଦର ଠେଲା ସଂଗୀତ ପରିବେଷଣ ମାଧ୍ୟମ ରେ ସମସ୍ତ ଙ୍କୁ ମୁଗ୍ଧ କରିଥିଲେ l ସେହିପରି ବି ଏମ ପୂର ବାଗବର୍ ମଠ ରେ ମଧ୍ୟ ଶ୍ରୀ ରଙ୍କ ମଣି ମିଶ୍ର ଙ୍କ ସହ ଏ ଅନୁଷ୍ଟାନ ର ସମସ୍ତ ସଦସ୍ୟ ଯୋଗ ଦେଇ ବୃଦ୍ଧ ବୃଦ୍ଧା ଅନ୍ତେବାସୀ ଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଅନ୍ତେବାସୀ ଙ୍କୁ ଖୁସି କରାଇଥିଲେ l ଯୋଗ ଗୁରୁ ତଥା ସଂଯୋଜକ ମନୋଜ୍ ପଣ୍ଡା ଓ ରବିନ୍ଦ୍ର ଜେନା ଉଭୟ କାର୍ଯକ୍ରମ କୁ ସଂଯୋଜନା କରିଥିବା ବେଳେ ସମିତି ର ସମ୍ପାଦକ ଶ୍ରିବନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow