ଧବଳେଶ୍ୱର ପ୍ରିମିୟର ଲିଗ(ଡିପିଏଲ) ଉଦଘାଟିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ବ୍ଲକ ବନ୍ଧଗୋରା ଖେଳ ପଡିଆରେ ପ୍ରଥମ ଧବଳେଶ୍ୱର ପ୍ରିମିୟର ଲିଗ(ଡିପିଏଲ) ଉଦଘାଟିତ ହୋଇଯାଇଛି l ପ୍ରାରମ୍ଭରେ ବନ୍ଧଗୋରା ଧବଳେଶ୍ୱର ମନ୍ଦିରରେ ପୂଜାର୍ଚନା ପରେ କ୍ରୀଡା ପତାକା ବାହାରି ଖେଳ ପଡିଆରେ ସ୍ଥାପନ କରାଯାଇଥିଲା l ଉଦଘାଟନୀ ଦିବସର ପ୍ରଥମ ଖେଳ ମନଷ୍ଟାର ୧୧ ଓ ଆଶିଷ ମୋବାଇଲ ଦଳ ମଧ୍ୟରେ ଖେଳ ହୋଇଥିଲା l ମନଷ୍ଟାର ୧୧ ନିର୍ଦ୍ଧାରିତ ୧୦ ଓଭର ଖେଳରେ ୧୨୫ ରନ ସଂଗ୍ରହ କରିଥିଲା ଜବାବରେ ଆଶିଷ ମୋବାଇଲ ୭୦ ରନ ସଂଗ୍ରହ କରି ପରାଜିତ ହୋଇଥିଲା l ଶୁଭମ ସାହୁ ଓ ପ୍ରଦୀପ ରଣା ଖେଳ ପରିଚାଳନା କରିଥିଲେ l ଦିଲ୍ଲୀପ ଭୋଇ ସ୍କୋରର ଥିଲେ l କୁଳମଣି ଦାଶ ଧାରାବିବରଣୀ ପ୍ରଦାନ କରିଥିଲେ l ଆଜିର ଖେଳରେ ସମାଜସେବୀ ଦେବେନ୍ଦ୍ର କୁଦେଇ ମୁଖ୍ୟ ଅତିଥି, ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା, ବନ୍ଧଗୋରା ଗୌନ୍ତିଆ ଧିରୋଜ ଭୋଇ, ଖେଳାଳି ପବିତ୍ର ଭୋଇ, ମନ୍ଦିର ପୂଜକ ମୁଚି ପୁଝାରୀ, ସମାଜସେବୀ ଅଭିରାମ ରଣା, ଖଡ଼ଙ୍ଗ ମହୋତ୍ସବ କମିଟି ସଭାପତି ମନୋଜ ଦାଶ, ସାମ୍ବାଦିକ ପ୍ରଭାତ ସାହୁ, ବଂଶୀଧର ମାଝୀ, ଶଙ୍କର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଧବଳେଶ୍ୱର କ୍ରିକେଟ ସଙ୍ଘର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l
What's Your Reaction?






