ନର୍ଲା ପାଇକ ପଡ଼ା ରେ ନୂଆଖାଇ ଭେଟଘାଟ ମହା ସମାରୋହ ରେ ପାଳିତ

ନର୍ଲା : ଲୋକ୍ ଆବାଜ୍.ଇନ୍(ଜଗତ ରାମ ସାହୁ)
ନୂଆଁ ଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳ ରେ ମଧ୍ୟ ଗଣ ପର୍ବ ନୂଆଁ ଖାଇ କୁ ଧୁମ୍ ଧାମ୍ ରେ ପାଳନ କରାଯାଇଛି।ଲଗ୍ନ ଅନୁସାରେ ନୂଆଁ ଖାଇ ସାରିବା ପରେ ନର୍ଲା ସହର ର ବିଭିନ୍ନ ସ୍ଥାନ ରେ ନୂଆଁଖାଇ ଭେଟ୍ ଘାଟ କାର୍ଯ୍ୟ କ୍ରମ ମାନ ଆୟୋଜନ ହୋଇଥିବା ବେଳେ ନର୍ଲା ପାଇକ ପଡ଼ା ରେ ମଧ୍ୟ ଏକ ନୂଆଁ ଖାଇ ଭେଟ୍ ଘାଟ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା।କବି ଅରୁଣ କୁମାର୍ ପ୍ରଧନୀ ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଗ୍ରାମ ଦେବୀ ଙ୍କ ପୂଜାର୍ଚ୍ଚନା ପରେ ସମ୍ମାନିତ ଅତିଥି ଗଣ ମଞ୍ଚାଷିନ ହୋଇ ନୂଆଁ ଖାଇ ସମ୍ପର୍କିତ ଅଭିଭାଷଣ ରଖି ଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ୍ ଅଧ୍ୟକ୍ଷତା କରି ଥିବା ବେଳେ କୁମୁଦ ନାଏକ୍, ମିନିକେତନ୍ ମାଝୀ, ଦିପୁ ପାତ୍ର, ଜଦୁମଣି ପ୍ରଧନୀ , କମଲ ପୁଝାରୀ, ଚିରଞ୍ଜିବୀ ଗୌଡିଆ, ସୋମନାଥ ପୁଝାରୀ, ସନ୍ତୋଷ ପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ।ପରେ କବି ଝରଣା ପ୍ରଧନୀ ଙ୍କ ସଂଯୋଜନା ରେ ମଧୁସୂଦନ ରାଉତ୍, କୁମୁଦ ଚନ୍ଦ୍ର ନାଏକ୍, ସହଦେବ ପୁଝାରୀ, ରଜନୀ ନାଏକ୍, ପିତାମ୍ବର ଗଉଡ, ନୀଳକଣ୍ଠ ଦଣ୍ଡସେନା ପ୍ରମୁଖ କବିତା ପାଠ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ହୁଳ ହୁଳି, ଝୋଟି, ସାଇକେଲ ସ୍ଲୋ, ଦନା ତିଆରି, ଭଳି ବିଭିନ୍ନ ପ୍ରତିଯୋଗିତା ମାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା।
What's Your Reaction?






