ନର ରାକ୍ଷାସ ସାଜିଲା ବାପା !!! ଛୁରା ମାଡରେ ଝିଅକୁ ଗୁରୁତର ଓ ପୁଅକୁ କୂଅରେ ବୁଡାଇ ହତ୍ୟା ।

ନୂଆପଡ଼ା- ଲୋକ ଆବାଜ. ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବୋଇରଗାଁ ପଞ୍ଚାୟତ ଅନ୍ତର୍ଗତ କୋଠିଆପଡ଼ାରେ ନର ରାକ୍ଷାସ ସାଜିଲା ବାପା । ଘଟାଇଲା ଜଘନ୍ୟ କାଣ୍ଡ । ୧୪ ମାସର ପୁଅକୁ କୁଅରେ ବୁଡାଇ ହତ୍ୟା କରିବା ସହିତ ୧୦ ବର୍ଷର ଝିଅର ଗଳା କାଟିବା ପାଇଁ ପ୍ରୟାସ କରି ଶରୀରର ବିଭିନ୍ନ ଜାଗାରେ ଛୁରା ମାରି କ୍ଷତ ବିକ୍ଷତ କରି ଗୁରୁତର ଆହତ କରିଛି ।
ପ୍ରାପ୍ତ ସୂଚନାନୁଯାୟୀ ନୂଆପଡା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୋଠୀ ଆପଡ଼ା ଗାଁରେ କିଶୋର ମାଝି ତା'ର ସ୍ତ୍ରୀ ଜୟନ୍ତୀ ମାଝୀ ଘରେ ନଥିବା ସମୟରେ ନିଜ ଶିଶୁପୁତ୍ରକୁ ଗାଁ ପାଖ ଏକ କୂଅରେ ବୁଡ଼ାଇ ମାରିବା ସହ ନିଜ ୧୦ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା। ତେବେ ଏନେଇ ସାଇପଡିଶା ଜାଣିବା ପୂର୍ବରୁ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ହୋଇଯାଇଥିଲା। ପରେ ଗାଁ ଲୋକ ଘଟଣା ସମ୍ପର୍କରେ ଜାଣି ଝିଅ ଓ ପୁଅକୁ ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାର ଝିଅର ଚିକିତ୍ସା ଚଳାଇଛନ୍ତି।ବୋଡ଼େନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଏହା ଏକ ପାରିବାରିକ କଳହରୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବୋଡ଼େନ ଆଇଆଇସି ଗୋବିନ୍ଦ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।ଗତ କାଲି ଅଭିଯୁକ୍ତ କିଶୋର ମାଝିଙ୍କୁ ପୋଲିସ ଖୋଜି ନିଜ ଆୟତ୍ତରେ ଆଣିବା ସହିତ କୋର୍ଟ ଚାଲାଣ କରିଛି ।ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
What's Your Reaction?






