ନୂଆଁପାଲି ହାଇସ୍କୁଲରେ ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ସ୍ୱଚ୍ଛତା ପକ୍ଷ ପାଳିତ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ନୂଆଁପାଲିସ୍ଥିତ ଆଦିବାସୀ ଉଚ୍ଚ ବିଦ୍ୟାଳୟର ଜାଗୃତିମଣ୍ଡପରେ ସ୍ଵଚ୍ଛତାହିଁ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଖେତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ୟକ୍ତିଗତ ସ୍ବଚ୍ଛତା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବ୍ଲକ୍ ଜଳ ଓ ପରିମଳ ବିଭାଗର ମାଷ୍ଟର ଟ୍ରେନର ରଂଜନ ପାତ୍ର ଯୋଗ ଦେଇ ପାଇଖାନା ର ବ୍ୟବହାର ସାଙ୍ଗକୁ ସ୍ବଚ୍ଛତା ,ସ୍ୱଭାବରେ କିଭଳି ସଂସ୍କାର ଅଣା ଯାଇପାରିବ ତା ଉପରେ ପ୍ରାଞ୍ଜଳ ଭାବରେ ଛାତ୍ର ଛାତ୍ରୀଙ୍କୁ ଦିଗ ଦର୍ଶନ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ, ଜବର ସିଂ ବନଛୋର, ସନ୍ତୋଷ ସାହୁ, ସୌଦାଗର ମାଝୀ, ହରିହର ବେଜ୍, ଶଶୀଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ପରେ ଛାତ୍ର ଛାତ୍ରୀଙ୍କୁ ନେଇ ସ୍ଵଚ୍ଛତା ଉପରେ କୁଇଜ, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ହୋଇଥିଲା। ବିଭିନ୍ନ ବିଭାଗରେ ସଫଳତା ପାଇ ଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମାଜକୁ ସ୍ଵଚ୍ଛତାର ବାର୍ତ୍ତା ଦେଇଥିଲେ। ସମସ୍ତ କାର୍ଯ୍ୟରେ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ !
What's Your Reaction?






