ନୂଆପଡାରେ ସି ଏମ ଟ୍ରଫି ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟର ସଂଘର୍ଷ ପୂର୍ଣ୍ଣ ଚତୁର୍ଥ ଦିନ ।

Apr 10, 2025 - 22:10
 0  17
ନୂଆପଡାରେ ସି ଏମ ଟ୍ରଫି ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟର ସଂଘର୍ଷ ପୂର୍ଣ୍ଣ ଚତୁର୍ଥ ଦିନ ।

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ପୋଲିସ ପଡ଼ିଆରେ ଜିଲ୍ଲା କ୍ରୀଡ଼ା ବିଭାଗ ଦ୍ଵାରା ମୁଖ୍ୟ ମନ୍ତ୍ରୀ ଟ୍ରଫି ପାଇଁ ଅଣ୍ଡର 15 ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ଆଜି ଚତୁର୍ଥ ଦିନରେ ମାରାଗୁଡ଼ା ଏଫ୍ ସି ଓ କୋମନା ଏଫ୍ ସି ମଧ୍ୟରେ ଷଷ୍ଠ ମ୍ୟାଚଟି ଖେଳାଯାଇଥିଲା ।କୋମନା ଏଫ୍ ସି ୧-୦ ଗୋଲରେ ବିଜୟ ପ୍ରାପ୍ତ କରିଥିଲା ।ସେହିପରି ସପ୍ତମ ମ୍ୟାଚ୍ ରେ ନୂଆପଡା ଏଫ୍ ସି ଖରୀଆର ଏଫ୍ ସି କୁ ୨/୦ ଗୋଲ୍ ରେ ପରାସ୍ତ କରିଥିଲା ।ଆଜିକାର ଖେଳରେ ମୁଖ୍ୟ ଅତିଥି ରୂପେ ବିଦେଶ ଘୋଷ ପ୍ରୋଗ୍ରାମ ମ୍ୟାନେଜର ଗ୍ରାମୀଣ ଆବାସ ଜିଲ୍ଲା ପରିଷଦ ନୂଆପଡ଼ା ଏବଂ ଅମ୍ରିତ୍ ପ୍ରଧାନ, ବିତ୍ତ ପରିଚାଳକ,ଜିଲ୍ଲା ପରିଷଦ ନୂଆପଡ଼ା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ରାଜେନ୍ଦ୍ର ପ୍ରସାଦ ବଢାଇ ଡି ଏସ ଓ ନୂଆପଡ଼ା,ମ୍ୟାଚ୍ କମିଶନର ପ୍ରକାଶ କୁମାର ସାହୁ,ଦେବେନ୍ଦ୍ର ପ୍ରଧାନ ,ସ୍ପୋର୍ଟସ ଅର୍ଗାନାଇଯର ମହତାବ ଆଡ ଯୁଆଡ ଏବଂ ମୋହନ କୁମାର ମହନ୍ତ,ହରିହର ସାହୁ, ତାପସ ପତି, ଅମୂଲ୍ୟ ବାରିକ, ପୁରନ୍ଦର କରୁଆଁ ପ୍ରମୁଖ ଯୋଗଦାନ କରିଥିଲେ ।ସମସ୍ତ ଦଳକୁ ଅତିଥିଗଣ ଆନ୍ତରିକ ଶୁଭେଚ୍ଛା ଜଣାଇ ସେମାନଙ୍କ କ୍ରୀଡ଼ା ପ୍ରତି ରହୁଥିବା ଶୃଙ୍ଖଳା ଓ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ ।

What's Your Reaction?

like

dislike

love

funny

angry

sad

wow