ପତଞ୍ଜଳୀ ଯୋଗ ସମିତି ସୁବର୍ଣ୍ଣପୁର ତରଫରୁ ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଅନୁଷ୍ଟିତ

ସୋନପୁର:ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ)
ଗତ କାଲି ସନ୍ଧ୍ୟା ରେ ସୁବର୍ଣ୍ଣପୁର ର ପ୍ରତିଷ୍ଠିତ ହୋଟେଲ ମୁନ ଠାରେ ଜିଲ୍ଲା ଯୋଗ ସମିତି ଓ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ସଂଗଠନ ସଭାପତି ଗୋପାଳ ନେଗୀ ଓ ସଂପାଦକ ଶ୍ରିବନ୍ତ ମିଶ୍ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପତଞ୍ଜଳୀ ଯୋଗ ସମିତି ର ସମସ୍ତ ଯୋଗ ସାଧକ ଓ ସାଧିକା ସ ପରିବାର ଉପସ୍ଥିତ ରହି ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ କୁ ବିଳମ୍ବିତ ରାତ୍ରୀ ଯାଏ ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ଚଳଚ୍ଚିତ୍ର ର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, କଣ୍ଠଶିଳ୍ପୀ ପୁରନ୍ଦର ଠେଲା, ଚୁଲବୁଲି କଣ୍ଠଶିଳ୍ପୀ ସୁଶ୍ରୀ ସୁପ୍ରିୟା ଶର୍ମା, ମିନୀ ପଣ୍ଡା, ପେଡ଼ ବାଦକ ଶୀତଳ,ଓ ତବଲା ବାଦକ ଭବାନୀ ଶଙ୍କର ମେଲୋଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଯୋଗ ସହିତ ସଙ୍ଗୀତ ଓ ନାଚଗୀତ ଦ୍ଵାରା ମନ ଓ ଶରୀର କୁ ସୁସ୍ଥ ରଖିବା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଯୋଗ ପ୍ରାଣାୟାମ ଅଭ୍ୟାସ ଦ୍ଵାରା ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରିବା ସକାଶେ ସମସ୍ତ ସହର ବାସୀଙ୍କୁ ପତଞ୍ଜଳୀ ଭାରତ ସ୍ବାଭିମାନ ଜିଲ୍ଲା ପ୍ରଭାରୀ ମନୋଜ ପଣ୍ଡା ସମସ୍ତ ଙ୍କୁ ଆହ୍ଵାନ କରି ଥିଲେ। ଏହି ସଂlସ୍କୃତିକ କାର୍ଯ୍ୟକ୍ରମ କୁ ଯୋଗୀ ମନୋରଞ୍ଜନ ତ୍ରୀପାଠୀ ଓ ସଙ୍ଗୀତକାର ପୁରନ୍ଦର ଠେଲା ସଂଯୋଜନା କରିଥିବା ବେଳେ ଯୋଗ ସମିତି ପକ୍ଷରୁ ରବୀନ୍ଦ୍ର ଜେନା, ସୁବାସ ପଣ୍ଡା, ସଞ୍ଜୟ ବଡ଼ପଣ୍ଡା, ଅନିଲ ଅଗ୍ରୱାଲ, ଦୀନବନ୍ଧୁ ସାହୁ, ନନ୍ଦଲାଲ୍ ଅଗ୍ରୱାଲ, ଉମେଶ ସାହୁ, ଟୁନା ସାହୁ, ଲକ୍ଷ୍ମୀ କାନ୍ତ ସାହୁ, ଜାଗୃତି, ମଞ୍ଜୁଶ୍ରୀ, ମଞ୍ଜୁଲତା ଭଉଣୀ ତଥା ଅନ୍ୟାନ୍ୟ ମହିଳା ଯୋଗ ସାଧିକା ସକ୍ରିୟ ସହଯୋଗ କରି ଥିଲେ । ଶେଷ ରେ ସଂଗଠନ ସଂଯୋଜକ ରବୀନ୍ଦ୍ର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୋଗ ଗୁରୁ ମନୋଜ ପଣ୍ଡା ଓ ସମସ୍ତ କଳାକାର ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଧିତ କରାଯାଇଥିଲା l
What's Your Reaction?






