ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା।

Nov 19, 2024 - 09:47
 0  69
ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା।

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

  କନ୍ଧମାଳ ଜିଲା ସଦର ମହକୁମାକୁ ରେଳପଥ ସଂଯୋଗ ନେଇ ଜିଲା ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଫୁଲବାଣୀ ସଦର ମହକୁମା ଦେଇ ନିର୍ମାଣ କରିବା ନିମନ୍ତେ ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଦାବୀକୁ ରେଳ ମନ୍ତ୍ରଣାଳୟ ଗ୍ରହଣ କରି ଗତ ୨୦୨୧-୨୨ରେ ଆର୍ଥିକ ଅନୁଦାନ ମଞୁର କରିଥିଲେ।କିନ୍ତୁ ଗତ ୨୦୨୨-୨୩ରେ ଓଡିଶା ସରକାରଙ୍କ ଓରିଡିଲ ପକ୍ଷରୁ ଦାଖଲ କରାଯାଇଥିବା ଡିପିଆରରେ ଫୁଲବାଣୀ ସଦର ମହକୁମାକୁ ବାଦ ଦେଇ ଚକାପାଦଠାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଆଡେଣିଗଡଠାରେ ସଂଯୋଗ କରୁଥିବା ରେଲବିଭାଗ ୱବସାଇଟରେ ସ୍ଥାନିତ କରାଯାଇଛି। ଫୁଲବାଣୀ ସଦର ମହକୁମା ରେଳ ସଂଯୋଗରୁ ବାଦ ପଡିବା ଫଳରେ ଜିଲାଵାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି। ଏଥିରେ ଜିଲା ମିଳିତ ନାଗରିକ କମିଟି ଉଦବେଗ ପ୍ରକାଶ କରି ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିଥିଲେ। ଫୁଲବାଣୀ ସଦର ମହକୁମାକୁ ସଂଯୋଗ କରି ନୂଆ ଡିପିଆର ପ୍ରସ୍ତୁତ କରି ରାଜ୍ୟ ସରକାର ରେଳମନ୍ତ୍ରଣାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇ ଡିପିଆର ଫେରସ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଦଶପଲା ଷ୍ଟେସନ ଉଦଘାଟନ ଅବସରରେ ଘୋଷଣା କରିଥିଲେ। ଇତି ମଧ୍ୟରେ ନୂଆ ଡିପିଆର ପ୍ରସ୍ତୁତ କରିବାକୁ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ କୌଣସି ଅଗ୍ରଗତି ହୋଇନଥିବାରୁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସୁପାରିଶ କରିବାକୁ ଶ୍ରୀ ପରିଡା ଅନୁରୋଧ କରିଛନ୍ତି।କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିବା ଜଣାଯାଏ।

What's Your Reaction?

like

dislike

love

funny

angry

sad

wow