ବାଲାଜୀ ପବ୍ଲିକ ସ୍କୂଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Mar 18, 2025 - 07:18
 0  5
ବାଲାଜୀ ପବ୍ଲିକ ସ୍କୂଲ ର  ବାର୍ଷିକ ଉତ୍ସବ ଅନୁଷ୍ଠିତ

କଣ୍ଟାମାଳ : ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

            ଣ୍ଟାମାଳ ବ୍ଲକ ବାଘଆବାହାଲ ସ୍ଥିତ ବାଲାଜୀ ପବ୍ଲିକ ସ୍କୂଲ ର ୩ୟ ବାର୍ଷିକ ଉତ୍ସବ ପଳସା ଗୋରା ସ୍ଥିତ ମକର ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟାଳୟର ପ୍ରିନ୍ସପାଲ ଦୀପକ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଂଜୀବ କୁମାର ଆଗ୍ରୱାଲ,ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,ଦୁଇ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଲୟା ପ୍ରଧାନ,ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକ,କଣ୍ଟାମାଳ କଲେଜ ରଅଧ୍ୟାପକ ଦେବଦାସ ମହାପାତ୍ର,କଣ୍ଟାମାଳ ବ୍ଲକଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଦୁର୍ଗା ଚରଣ ପ୍ରଧାନ,, ବିଜେପି ନେତା ବିଜିତ ପ୍ରଧାନ,ଶିତିକଣ୍ଠ ମିଶ୍ର, କଳାକାର ମନୋଜ ମହାନ୍ତି,ସରକାରୀ ଓକିଲ ରାଧା ବଲ୍ଲବ ପ୍ରଧାନ, ଶିକ୍ଷକ ଶିଶିର ଖଟୁଆ,ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଥମେ ସ୍କୁଲର ଛାତ୍ର ଛାତ୍ରୀ ଙ୍କୁ ବାର୍ଷିକ କ୍ରୀଡାର ଟ୍ରଫି ପ୍ରଦାନ କରାଯାଇଥିଲା, ସାମ୍ବାଦିକ ପୂର୍ଣ୍ଣ ଚରଣ ସାହୁ, ଦେବାଶିଷ ମଲିକ, ଅନନ୍ତ ଖମାରୀ, ରାଜେଶ ଠେଲା ଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଏବଂ ଅବସର ପ୍ରାପ୍ତ ଶିକ୍ଷକ ଓ ବିଭିନ୍ନ ଅନୁଷ୍ଠାନ ଙ୍କୁମଧ୍ୟ ସମ୍ମାନିତ କରାଯାଇଥିଲା ! ପରେ ବାଲାଜୀ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ !

What's Your Reaction?

like

dislike

love

funny

angry

sad

wow