ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

Oct 2, 2024 - 20:14
 0  32
ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ଛକ ଠାରେ ୧୫୫ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନ ଯୋଗ ଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ମହାତ୍ମାଗାନ୍ଧୀଙ୍କ ପାଞ୍ଚୋଟି ଆଦର୍ଶ ସରଳତା, ଆଦର୍ଶ, ତ୍ୟାଗ, ସେବା ତଥା ସହନଶୀଳତା ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବରିଷ୍ଠ ଆଇନଜିବି କୌଶିକ ସାହୁ, ଏନ ଏସି ଅଧକ୍ଷ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଏନ ଏସି କାର୍ଯ୍ୟl ନିର୍ବାହୀ ଅଧିକାରୀ,ବିବେକା ନନ୍ଦ ଦଳେଇ ଯୋଗ ଦେଇଥିଲେ l

ଏହି ଭବ୍ୟ ସମାବେଶରେ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଧୀରଜ କୁମାର ପାତ୍ର ସଭାପତିତ୍ବ କରି ମହାତ୍ମା ଗାନ୍ଧୀଙ୍କର ସମ୍ପୂର୍ଣ୍ଣ ଜୀବନ ଓ ତାଙ୍କ ଜୀବନରେ ଘଟି ଯାଇଥିବା ବିଭିନ୍ନ ଦୃଷ୍ଟାନ୍ତ ମୂଳକ ଘଟଣା ପ୍ରାଞ୍ଜଳ ଭାବରେ ଆଲୋକପାତ କରିବା ସହ ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ବୁଦ୍ଧି ଜିବି ଉପସ୍ଥିତ ରହି ଥିଲେ l

What's Your Reaction?

like

dislike

love

funny

angry

sad

wow