ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର

Sep 7, 2024 - 00:25
Sep 7, 2024 - 10:29
 0  26
ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର

ଭୁବନେଶ୍ବର: ଲୋକ ଆବାଜ. ଇନ (ବ୍ୟୁରୋ)

କଳାହାଣ୍ଡି ରାଜ୍ୟ ସଭା ସାଂସଦ ସୁଜିତ କୁମାର ରାଜ୍ୟ ସଭା ସାଂସଦ ତଥା ବିଜେଡି ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି।ଏହି ଖବର ପ୍ରଚାର ହେବା ପରେ ରାଜ୍ୟ ରାଜନୀତି ରେ ହଲଚଲ ସୃଷ୍ଟି ହୋଇଛି। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପଦ୍ମ ଧରିଛନ୍ତି।

 ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଦଳର ସାଧାରଣ ସଂପାଦକ ଅରୁଣ ସିଂ ଓ ଓଡ଼ିଶା ବିଜେପି ପ୍ରଭାରୀ ବିଜୟସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସୁଜିତ କୁମାର ଜନ ସେବା ଓ ରାଜନୈତିକ ସଂଗଠନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେ ବିଜେଡି ଛାଡି ବିଜେପି ରେ ଯୋଗ ଦେବା ପରେ ବିଜେପି ସଂଗଠନ ଆହୁରି ମଜବୁତ ହେବ ବୋଲି ବୁଦ୍ଧି ଜୀବୀ ମହଲରେ ମତ ପ୍ରକାଶ ପାଇଛି।

What's Your Reaction?

like

dislike

love

funny

angry

sad

wow