ବିଜେପୁର ପାର୍ବତୀଗିରି ବୃଦ୍ଧାଶ୍ରମ ରେ ଦାନ ଉତ୍ସବ

Oct 9, 2024 - 19:44
 0  11
ବିଜେପୁର ପାର୍ବତୀଗିରି ବୃଦ୍ଧାଶ୍ରମ ରେ ଦାନ ଉତ୍ସବ

ବିଜେପୁର: ଲୋକ୍ ଅବାଜ୍.ଇନ୍(ବ୍ୟୁରୋ)

:ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ , ଚିରସବୁଜ, ସବୁଜିମା କୃଷକ ଉତ୍ପାଦକ କମ୍ପାନୀ ର ମିଳିତ ଉଦ୍ୟମ ରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ର ପାର୍ବତୀଗିରି ବୃଦ୍ଧାଶ୍ରମ ପରିସର ରେ ଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଚିର ସବୁଜ ଉତ୍ପାଦକ କମ୍ପାନୀ ତଥା ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ରବି ରଣା, ସହ ସଂଯୋଜକ ମହାଦେବ ସାହୁ, ସବୁଜିମା କୃଷକ ଉତ୍ପାଦକ କମ୍ପାନୀ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜିତା ସିଂହ ଏବଂ ସି. ଆର. ପି ସଂଯୁକ୍ତା ପଧାନ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଦାନ ଉତ୍ସବ ସମ୍ବନ୍ଧରେ ସୂଚନା ଦେବା ସହିତ ଆଶ୍ରମ ରେ ଆଶ୍ରିତ ୨୩ ଜଣ ଅନ୍ତେବାସୀଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା l

What's Your Reaction?

like

dislike

love

funny

angry

sad

wow