ବେହେରାପଡ଼ାଠାରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ର ଦ୍ୱିତୀୟ ସନ୍ଧ୍ୟା

Oct 16, 2024 - 08:52
 0  38
ବେହେରାପଡ଼ାଠାରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ର ଦ୍ୱିତୀୟ ସନ୍ଧ୍ୟା

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଲମ୍ବଶରୀ ପଂଚାୟତ ଅନ୍ତର୍ଗତ ବେହେରା ପଡ଼ା ଗ୍ରାମରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି l

ରାବଣ ଦରବାରକୁ ମୁଖ୍ୟ ଅତିଥୀ ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ ସମ୍ମାନୀୟ ଅତିଥିବୌଦ୍ଧ ବ୍ଲକ ଅଧକ୍ଷ ବବିରଥ, ବିଜେଡି ନେତା ସୁଧୀରମହାକୁଡ଼, ବିଜେପି ନେତା ଡମ୍ବରୁଧରକହଁର ଯୋଗ ଦେଇଥିଲେ l

ପଲସାଗୋରା ର ମା' ଭୈରବୀ କଳା ପରିଷଦର କଳାକାର ଙ୍କ ଦ୍ଵାରା ସୀତାଚୋରି ନାଟକ ପରିବେଷଣ ହୋଇଥିଲା। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଯୋଗ ଦେଇ ବେହେରା ପଡ଼ା ଭଳି ଗ୍ରାମରେ କଳାକାର ମଞ୍ଚ ପାଇଁ ବହୁତ ପ୍ରଶଂସା କରିଥିଲେ। ପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ଆଞ୍ଚଳିକ ଡ଼ୁମାଲ ପରିଷଦ ଲମ୍ବଶରୀ କେଦ୍ର ବେହେରା ପଡ଼ା ଶାଖା ର ସହଯୋଗ ରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କଳାକାରଙ୍କ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow