ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିକ ସେବା ମହାସଂଘ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ l

Aug 19, 2025 - 14:11
 0  31
ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିକ ସେବା ମହାସଂଘ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ l

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ବୌଦ୍ଧ ଟାଉନହଲ ଠାରେ ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିକ ସେବା ମହାସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ସାଂସ୍କୃତିକ ଶୋଭାଯାତ୍ରା ଗାନ୍ଧୀଛକ ଠାରୁ ଟାଉନହଲ ପର୍ଯ୍ୟନ୍ତ ଆସିଥିଲେ l ଏହାପରେ ସାଧାରଣସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଅନୁଷ୍ଠାନ ର ଜିଲ୍ଲା ସଭାପତି ରମେଶ ପ୍ରସାଦ ମେହେରଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଓ ସମ୍ପାଦକ ଅରୁଣ କୁମାର ମେଣ୍ଡିଲିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସ୍କୃତିକ ବିଭାଗ ରାଜ୍ୟ ସଂଯୋଜକ ବାସୁଦେବ ମାଳବିଶୋଇ ଯୋଗଦେଇ କଳାକାର ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା କରିବା ପାଇଁ ଉପସ୍ଥିତ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ l ସଂମ୍ମାନିତ ଅତିଥି ଭାବେ ବିଜେପି କଳାକାର ପ୍ରକୋଷ୍ଟ ରାଜ୍ୟ ସହ ସଂଯୋଜିକା ସମ୍ବଲପୁରୀ ବହୁ ବିଦୁସ୍ମିତା ମନ୍ତ୍ରୀ ଯୋଗଦେଇ କଳାକାର ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଚାର ପ୍ରସାର ପାଇଁ ଅନୁଦାନ ଯୋଗାଇଦେବା ସହ କଳାକାର ଭତ୍ତା ପାଇବା ନିମନ୍ତେ ବୟସ ସିମା କୋହଳ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଅନ୍ୟତମ ସଂମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ବିପ୍ର ଚରଣ ମହାନ୍ତି,ବିଜେପି କଳାକାର ପ୍ରକୋଷ୍ଟ ରାଜ୍ୟ ସହ ସଂଯୋଜକ ସତ୍ୟ ରାଉତ, କନ୍ଧମାଳ ଜିଲ୍ଲା ସଭାପତି ଅକ୍ଷୟ କୁମାର କର୍ଣ୍ଣ ଓ ଅନୁଷ୍ଠାନର ଉପଦେଷ୍ଟା ତଥା ଓଡିଶା ସଂଗୀତ ନାଟକ ଏକାଦେମୀ ସଦସ୍ୟ ବସନ୍ତ କୁମାର ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ l ଏହାପରେ ଜିଲ୍ଲାର ଶତାଧିକ କଳାକାର ଦଳ ମଞ୍ଚରେ କଳା ପ୍ରଦର୍ଶନ କରିଥିଲେ lଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ତଥା ବରିଷ୍ଟ ନାଟ୍ୟକାର ସୁରେନ୍ଦ୍ର କର୍ଣ୍ଣ ଓ ବାମଦେବ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ କଳା ପ୍ରଦର୍ଶନ କରିଥିବା ଦଳ ମାନଙ୍କୁ ପ୍ରସଂଶାପତ୍ର ପ୍ରଦାନ କରାଯାଇଥିଲା l

What's Your Reaction?

like

dislike

love

funny

angry

sad

wow