ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ସ୍ଵାମୀ ମୃତ,ସ୍ତ୍ରୀ ସମେତ ଆଉ ଜଣେ ଗୁରୁତର

Aug 28, 2024 - 21:19
Aug 28, 2024 - 21:46
 0  869
ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ  ସ୍ଵାମୀ ମୃତ,ସ୍ତ୍ରୀ ସମେତ ଆଉ ଜଣେ ଗୁରୁତର

ମ,ରାମପୁର: ଲୋକ ଆବାଜ. ଇନ୍( ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା  ନିକଟସ୍ଥ କନ୍ତେଶିର ବ୍ରିଜ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟ ଦୁଇଜଣ ଗୁରୁତର ହେଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲାର ମ,ରାମପୁର ବ୍ଲକ୍ ତଳ ସାଗର ପଡ଼ା ନିବାସୀ ଅଚ୍ୟୁତ ମହା ଖୁଡ଼ ଙ୍କ ଜେଷ୍ଟ୍ୟ ପୁତ୍ର ନୃସିଂହ ଚରଣ ମହାଖୁଡ( ବାବୁଲା) ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି କେସିଙ୍ଗା ପଟ ରୁ ମ,ରାମପୁର କୁ ଫେରୁ ଥିବା ସମୟ ରେ  ୨୬ ନମ୍ବର୍ ଜାତୀୟ ରାଜପଥ କନ୍ତେ ଶିର୍ ନିକଟ ଏକ ବ୍ରିଜ ରେ ସନ୍ଧ୍ୟା ପ୍ରାୟ ସାତଟା ସମୟ ରେ  ସ୍କୁଟି ସହ ସାମ୍ନା ପଟୁ ଧକ୍କା ହେଇଥିଲା ।  ସମସ୍ତ ଗୁରୁତର ଙ୍କୁ ପୁଲିସ ଭ୍ୟାନ ରେ କେସିଙ୍ଗା ଡାକ୍ତରଖାନା ଅଣା ଯାଇଥିଲା । ସେଠାରେ ନୃସିଂହ (୪୦) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କରି ପତ୍ନୀ ଗୁରୁତର ଆହତ ହେଇଥିବା ବେଳେ ତାଙ୍କୁ ଏବଂ ସିଂହ ଝରଣ ଗ୍ରାମ ର ଅନ୍ୟଜଣେ ଯୁବକ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।  ନୃସିଂହ ଙ୍କ ପୁତ୍ର ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡ଼ିଛି। ତେବେ ନୃସିଂହ ଙ୍କ ମୃତ୍ୟୁ ଖବର ମ,ରାମପୁର ଅଞ୍ଚଳ ରେ ପ୍ରଚାର ହେବା ପରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।

What's Your Reaction?

like

dislike

love

funny

angry

sad

wow