ଯମ ଯନ୍ତ୍ରଣାରେ ପୁଇଝିରି ବାସୀଙ୍କ ଜୀବନ:ଆଜି ପୁଣି ଖଟିଆରେ ବୁହା ହେଲେ ରୋଗୀ

କଳାହାଣ୍ଡି:ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ଲୁବେନଗଡ଼ ଗ୍ରାମ ପଂଚାୟତର ପୁଇଝିରି ଗ୍ରାମ । ଗତ ପନ୍ଦର ଦିନ ଭିତରେ ଏଇ ଗ୍ରାମରୁ ରୋଗୀ ଆଣିବାର ତିନୋଟି ଚିତ୍ର ସାମ୍ନାକୁ ଆସିଥିଲାବେଳେ ପୁଣି ଜଣେ ମହିଳାଙ୍କୁ ଖଟିଆରେ ବୋହି ବୋହି ଆଣିବାର ଦେଖାଯାଇଛି । ସୂଚନା ମୁତାବକ ପୁଇଝିରି ଗ୍ରାମର ଲୁଗେଡ଼ି ମାଝୀ(୫୫)ଙ୍କୁ ପୁଇଝିରି ଠାରୁ ବାଲିବାଜୁ ପର୍ଯ୍ୟନ୍ତ ପ୍ରାୟ ସାତ କିଲୋମିଟର ଖଟିଆରେ ଗ୍ରାମବାସୀମାନେ ବୋହି ବୋହି ଆଣିବା ପରେ ବାଲିବାଜୁଠାରୁ ଏକ ଅଟୋ ସାହଯ୍ୟରେ ଉର୍ଲାଦାନୀ ନେଇ ଘରୋଇ ଡ଼ାକ୍ତରଙ୍କ ପାଖରେ ଚିକିତ୍ସା କରାଉଥିବା ଜଣାପଡ଼ିଛି । ତେବେ ରାସ୍ତା ଖଣ୍ଡେ ପାଇଁ ପୁଇଝିରି ବାସୀ ସବୁବେଳେ ହଇରାଣ ହରକତ ହେଉଥିବାବେଳେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁୂଥିଲେ ହେଁ କେହି ଦୃଷ୍ଟି ଦେଉନଥିବାରୁ ଅଂଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
What's Your Reaction?






