ରାଧା ମାଧବ ଯୁବକ ସଂଘ ଓ ମେରା ଯୁବା ଭାରତ ପକ୍ଷରୁ ରକ୍ତ ଦାନ ଶିବିର.... ୩୪ୟୁନିଟ୍ ରକ୍ତ ସଂଗ୍ରହ

Oct 3, 2026 - 10:25
Oct 3, 2026 - 11:21
 0  17
ରାଧା ମାଧବ ଯୁବକ ସଂଘ ଓ ମେରା ଯୁବା ଭାରତ ପକ୍ଷରୁ ରକ୍ତ ଦାନ ଶିବିର.... ୩୪ୟୁନିଟ୍ ରକ୍ତ ସଂଗ୍ରହ

କର୍ଲାମୁଣ୍ଡା:୨/୧୦(ଲୋକ ଆବାଜ୍. ଇନ୍/ମଧୁସୂଦନ ସାହୁ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗଜାନନ କମ୍ୟୁନିଟୀ ହଲ୍ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ସେବା ପକ୍ଷ ୨୦୨୬ ଅନ୍ତର୍ଗତ *ମାଇ ଭାରତ (MY Bharat), କଳାହାଣ୍ଡି, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ* ପକ୍ଷରୁ ରକ୍ତଦାନ ଶିବିର ଓ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥି ରେ ରାଧାମାଧବ ଯୁବକ ସଂଘ, ଯୋରାଡବରା ସହଯୋଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI), ଯୋରାଡବରା ଶାଖାର* ସହାୟତାରେ ଆୟୋଜିତ,ଏହି କାର୍ଯ୍ୟକ୍ରମରେ ୩୪ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ଏହି ଅବସରରେ ଆୟୋଜିତ ସଭା ରେ ମୂଖ୍ୟ ଅତଥି ଭାବେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରାଡବରା ଶାଖା ପରିଚାଳକ ଜନ୍ ମାଥ୍ୟୁ ଏକ୍କା, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଲ ସାହୁ, ଯୋରାଡବରା ପଞ୍ଚାୟତ ସରପଞ୍ଚ କ୍ଷିତି ସୂତା ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ର କାନ୍ତ ଭୋଇ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଯୁବକ ସଂଘ ର ଉଦ୍ୟମ କୁ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ରେ ରାଧାମାଧବ ଯୁବକ ସଂଘ ସଭାପତି ଚିନ୍ମୟ ସାହୁ, ସଂପାଦକ ମଧୁସୂଦନ ସାହୁ , କୋଷାଧକ୍ଷ ପ୍ରଶାନ୍ତ ସାହୁ,ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ଅଶୋକ ସାହୁଙ୍କ ସମେତ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ତଥା ଗ୍ରାମ ବାସୀ ମାନେ ସହଯୋଗ କରିଥିଲେ । ଏଥିରେ ରକ୍ତ ଦାତା କୋଦଣ୍ଡ ମାଝୀ,

ଚୈତନ୍ୟ ସାହୁ,ନାଗ ପ୍ରଧାନ ,ପ୍ରଶାନ୍ତ ସାହୁ,ବୈଦ୍ୟନାଥ ସାହୁ ,ମହେଶ ଚନ୍ଦ୍ର ସାହୁ, ଗୀତାଞ୍ଜଳି ମହାପାତ୍ର, ଗଗନ ବିହାରୀ ମହାପାତ୍ର,ଅଶୋକ ସାହୁ,ବିମଳ ଚନ୍ଦ୍ର ସାହୁ,ସୁସନ୍ତ ନନ୍ଦ, ମୁକେଶ ସାହୁ,ଶମ୍ଭୁନାଥ ସାହୁ,

-ଲାଲା ସାହୁ, ଡମ୍ବରୁ ଧର ସାହୁ,ମୁରଲୀ ସାହୁ,ରାଜା ସାହୁ, ଆଶିଷ ନାଏକ,ଶମ୍ଭୁ ସାହୁ, ପ୍ରିତେଶ କୁମାର ସାହୁ,ଆକାଶ ସାହୁ,ଅଶ୍ୱିନୀ ସାହୁ, ପ୍ରଦୀପ କୁମାର ସାହୁ,ଟଙ୍କଧର ସାହୁ, କିଶୋର ଭୋଇ,ମଦନ ରଣା,ଶ୍ରୀକାନ୍ତ ବେହେରା, ବେଦବର ସାହୁ,କିଶୋର ଚନ୍ଦ୍ର ସାହୁ,ବଦ୍ରିନାଥ ପାତ୍ର, ସାନ୍ତନୁ ସାହୁ,ରାହୁଲ ନାଏକ

 ଏକାନ୍ଦ୍ର ସାହୁ, ମୁନା ସାହୁ ପ୍ରମୁଖ ରକ୍ତ ଦାନ କରିଥିଲେ। ଶିବିରରେ ଭବାନୀପାଟଣା ଜିଲ୍ଲା ରକ୍ତ ଭଣ୍ଡାର ରୁ ଏଲ୍ ଟି କ୍ରିଷ୍ଣା ସାହୁ, ସଞ୍ଜୀବ କୁମାର ମହାକୁଡ଼, ଡିଇଓ ଜଞ୍ଜିର ପ୍ରସାଦ ବାଗ ଉପସ୍ଥିତ ରହି ୩୪ ଜଣ ରକ୍ତ ଦାତା ଙ୍କ ଠାରୁ ରକ୍ତ ସଂଗହ କରିଥିଲେ

What's Your Reaction?

like

dislike

love

funny

angry

sad

wow