ରିଷିଡା ପେକ୍ସରେ ସମବାୟ ସପ୍ତାହ ପାଳନ ଉଦଘାଟିତ

Nov 14, 2024 - 15:53
 0  16
ରିଷିଡା ପେକ୍ସରେ ସମବାୟ ସପ୍ତାହ ପାଳନ ଉଦଘାଟିତ

ରିଷିଡା -(ଲୋକ ଆବାଜ. ଇନ ,ସ୍ଥାନୀୟ ପ୍ରତିନିଧି ଙ୍କ ରିପୋର୍ଟ)

-କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଛି ସମବାୟ ସପ୍ତାହ ପାଳନ l ଏହି ଅବସରରେ କର୍ଲାମୁଣ୍ଡା ପ୍ରେସ କ୍ଲବର ସଭାପତି ତଥା ଗ୍ରାମ ଉନ୍ନୟନ କମିଟି ସମ୍ପାଦକ ନରୋତ୍ତମ ସେଲମା ମୁଖ୍ୟଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମବାୟ ସପ୍ତାହ ପାଳନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୋଲାପ ଚନ୍ଦ୍ର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପେକ୍ସ ସଭାପତି ପ୍ରଶାନ୍ତ କୁମାର ଜୈନ, ସାମ୍ବାଦିକ ଭଜଶ୍ୟାମ ସାହୁ, ପେକ୍ସ କର୍ମଚାରୀ ଶିଶୁପାଳ ରଣା, ସତ୍ୟବାନ ସୁନା, ବାସୁଦେବ ରଣା ଉପସ୍ଥିତ ଥିଲେ

What's Your Reaction?

like

dislike

love

funny

angry

sad

wow