ରେଙ୍ଗାଲପାଲି ୟୁ ପି ଏସ ରେ ସାମାଜିକ ସମୀକ୍ଷା ଆକଳନ ବୈଠକ।

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍ (ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସାମାଜିକ ସମୀକ୍ଷା ଆକଳନ ବୈଠକ ଶ୍ରୀମତୀ ଚନ୍ଦ୍ରକାନ୍ତି ଝାଙ୍କର,( ଭିଆରପି) ଙ୍କ ଦ୍ଵାରା କରାଯାଇଥିଲା। ଜିଲ୍ଲା ପରିଷଦ, କଳାହାଣ୍ଡି ଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ କୁ ତା ୧୦/୦୩,୧୧/୦୩ ଏବଂ ୧୩/୦୩ ରିଖ ପଯ୍ୟନ୍ତ ତିନି ଦିନ ଧରି ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିର୍ଦ୍ଦେଶାନୁସାରେ ୧୬୨ କେନ୍ଦ୍ର ବିନ୍ଦୁ ଉପରେ ପୁଙ୍ଖାନୁପୁଙ୍ଖ ସଦିୟ ଉପସ୍ଥିତି ରେ ତର୍ଜମା, ଅନୁଶୀଳନ ଓ ସମୀକ୍ଷା କରିଥିଲେ। ପ୍ରଧାନ ଶିକ୍ଷକ ସମସ୍ତ ନଥିପତ୍ର , ସରଞ୍ଜାମ, ଉପକରଣ, ଶ୍ରେଣୀ ୱାରି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ଶେଷ ଦିନରେ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ଙ୍କ ଉପସ୍ଥିତି ରେ ବୈଠକ ହୋଇ ସିଧା ସଳଖ କମିଟି ଙ୍କ ସହ ଖୋଲା ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପାଇ ପରିବେଶ, ନିରାପତ୍ତା, ଦଣ୍ଡ ମୁକ୍ତ ଅଞ୍ଚଳ, ମଧ୍ୟାହ୍ନ ଭୋଜନ, ଶ୍ରୁଖଳିତ ଆଚରଣ, ପ୍ରଥନା , ଗଣିତ କ୍ଲବ, ବିଜ୍ଞାନ କ୍ଲବ, ଏଫ୍ ଏଲ ଏନ୍ ଶ୍ରେଣୀ ସମ୍ପର୍କରେ ଉପସ୍ଥାପନା ସହ ଆଲୋଚନା କରିଥିଲେ। ବୈଠକ ରେ କୋଦଣ୍ଡ ନାଏକ, ତିଳୋତ୍ତମା ନାଏକ, ଜ୍ୟୋତ୍ସ୍ନା ନାଏକ, ରୁକ୍ମଣୀ ପୁଝାରୀ, ଗୌରିମନି ବାଗ, ରୋହିଣୀ ପ୍ରାଧନୀ, ଶାନ୍ତିଲତା ଦୀପ, ବିଳାସ ଦୁର୍ଗା, ପୂର୍ଣ୍ଣମୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?






