ରୌପ୍ୟ ଜୟନ୍ତୀ ସମାରୋହ ଡୁଙ୍ଗୁରୀପାଲି ବ୍ଲକ ରେ ପଏଁରୀ ତିହାର ସାଂସ୍କୃତିକ କାର୍ଯ୍ୟକ୍ରମ

ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ବ୍ୟାପକ ସଜବାଜ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗାଁ ଗାଁ ରେ ଲୁକି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପଏଁରୀ ଅନୁଷ୍ଠାନ ଏକ ନିଆରା ପଦକ୍ଷେପ ନେଇ ଡୁଙ୍ଗୁରୀପାଲି ବ୍ଲକରେ ପଣ୍ଡକିଟାଲ ଠାରେ ପଏଁରୀ ତିହାରର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ଧୁମଧାମରେ ପାଳନ କରାଯାଇଥିଲା । ଡୁଙ୍ଗୁରୀପାଲି ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ରମେଶ ପଧାନଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାର ପଏଁରି ତିହାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ମକରଧ୍ୟଜ ସାହୁ, ଉପାଧ୍ୟକ୍ଷ, ଡୁଙ୍ଗୁରୀପାଲି ବ୍ଲକ, ଶ୍ରୀ ଗଣେଷ ଭୋଇ, ଜିଲ୍ଲା ପରିଷଦ ସଭ୍ୟ, ରାମପୁର ଜୋନ, ଶ୍ରୀ ଶ୍ରବଣ ପଧାନ, ଆଇନଜୀବି ଓ ଆରଏସଏସ ସଦସ୍ୟ, ଗୋବିନ୍ଦ ସେଠ, ସରପଂଚ, ପଣ୍ଡିକିଟାଲ, ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ରମେଶ ପଧାନଙ୍କୁ “ପଏଁରି କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହେଇ ଲୁକି ଯାଇଥିବା କଳାକୁ ପରିବେଷଣ କରିଥିଲେ । କଳାକାର ମାନେ ଡଁଡ, ସଂଚାର, ସମ୍ପ୍ରଦା, କରମସାନି, ତାଳ ସମ୍ପ୍ରଦା, ଭାରତ ଲୀଳା, ଭାଗବତ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ପ୍ରଥମେ ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ୟ ଅର୍ପଣ କରିଥିଲେ ।
What's Your Reaction?






