ଶିଶୁ ମହୋତ୍ସବ ସୁରଭି

Dec 9, 2025 - 22:11
 0  56
ଶିଶୁ ମହୋତ୍ସବ ସୁରଭି

ନୂଆପଡ଼ା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ସୁନାପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ସୁନା ପୁର କ୍ଲଷ୍ଟର୍ ସି ଆର୍ ସି ସି ଲମ୍ବୋଦର ଦୁରିଆଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ବିଜ୍ଞାନ ଶିକ୍ଷୟତ୍ରୀ ସଙ୍ଗୀତା ବେହେରା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ ।

 ସି ଆର୍ ସି ସି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ଵର ମେହେର,ସମ୍ମାନିତ ଅତିଥି ରୂପେ ଶିକ୍ଷକ ସରୋଜ ମାଝୀ,ଶିକ୍ଷକ ଲଛମନ ମହାନନ୍ଦ, ଓ ଏ ଭି ଶିକ୍ଷୟତ୍ରୀ ଶୁଭଶ୍ରୀ ସାହୁ,ଶିକ୍ଷକ ଈଶ୍ୱର ମାଝୀ,ସାମ୍ବାଦିକ ସ୍ଵତନ୍ତ୍ର ପ୍ରତିନିଧି ରାମନାଥ ପଣ୍ଡା ପ୍ରମୁଖ ମଞ୍ଚାଷିନ ଥିଲେ ।ଶିଶୁଙ୍କ ଅନ୍ତର୍ନିହିତ ବିଭିନ୍ନ ଗୁଣକୁ ପରି ପ୍ରକାଶ କରିବାର ମାଧ୍ୟମ ହେଉଛି ମଞ୍ଚ ।ଶିଶୁଙ୍କ ପାଖରେ ସୁପ୍ତ ହୋଇ ରହିଯାଇଥିବା ପ୍ରତ୍ୟେକ କଳାକୁ ଲୋକ ଲୋଚନକୁ ଆଣିବା ହେଉଛି ସୁରଭି ।ସୁରଭି କୁ ଗୋଟିଏ ଦୃଷ୍ଟି କୋଣରୁ"ମହକ " କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।ଅତିଥିଗଣ ଶିଶୁଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମତ ରଖିଥିଲେ ଆଉ ଶିଶୁଙ୍କ ଶୁଭକାମନା କରିଥିଲେ । ଆଜି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିଶୁ ପ୍ରତିଭା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ନିଜ ଅନ୍ତର୍ନିହିତ କଳାକୁ ପ୍ରତିପାଦନ କରି ସଫଳତା ଲାଭ କରିଥିବା ଦୃଷ୍ଟିରୁ ଆଜି ତାଙ୍କୁ ସମ୍ମାନୀତ କରାଯାଇଛି ।ପରେ ଶିଶୁଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ସମସ୍ତଙ୍କ ମନ ଜିଣି ନେଇଥିଲେ । କ୍ଳଷ୍ଟରର ସମସ୍ତ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ,ଶିକ୍ଷକ ,ଶିକ୍ଷୟତ୍ରୀ,ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଜିର କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ।ଶିକ୍ଷକ ଉମାଶଙ୍କର ମାଝୀ ଉଦଯାପନୀ ସମାରୋହରେ ମଞ୍ଚ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow