ସୁବର୍ଣ୍ଣପୁର ଜିଲ୍ଲାରେ ହସ୍ତତନ୍ତ କ୍ଷେତ୍ରରେ ବ୍ୟବସାୟ ସୁଯୋଗ ଓ ସାଇବର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ....... ହସ୍ତତନ୍ତ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାର ଆହୁରି ସୁନାମ ହେଉ.......ଜିଲ୍ଲାପାଳ

Nov 30, 2025 - 12:54
 0  14
ସୁବର୍ଣ୍ଣପୁର ଜିଲ୍ଲାରେ ହସ୍ତତନ୍ତ କ୍ଷେତ୍ରରେ ବ୍ୟବସାୟ ସୁଯୋଗ ଓ ସାଇବର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ.......                     ହସ୍ତତନ୍ତ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାର ଆହୁରି ସୁନାମ ହେଉ.......ଜିଲ୍ଲାପାଳ

ସୁବର୍ଣ୍ଣପୁର:(ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ସଂସ୍କୃତି ଭବନ ଠାରେ ରପ୍ତାନି, ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ, ଭାରତ ସରକାର, ଏମ. ଏସ. ଏମ.ଇ ବିଭାଗ, ଓଡ଼ିଶା ସରକାର ଓ ସୁବର୍ଣ୍ଣପୁର ଜିଲ୍ଲା ର ମମତା ଡୋରି ଅନୁଷ୍ଠାନର ମିଳିତ ଉଦ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାରେ ହସ୍ତତନ୍ତ କ୍ଷେତ୍ରରେ ବ୍ୟବସାୟ ସୁଯୋଗ ଓ ସାଇବର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟେକ୍ସଟାଇଲ୍ କ୍ଷେତ୍ରରେ ଆମ ଜିଲ୍ଲା ର ନାଁ ରହିଛି, ଏ କ୍ଷେତ୍ରରେ ବ୍ୟବସାୟ ର ପର୍ଯ୍ୟାପ୍ତ ସୁଯୋଗ ମଧ୍ଯ ରହିଛି, ତେଣୁ ଏ କ୍ଷେତ୍ରରେ ସାରା ଭାରତ ରେ ବିଶ୍ଵ ରେ ଆମ ଜିଲ୍ଲା ର ଆହୁରି ସୁନାମ ଆଣିବାକୁ ସମସ୍ତେ ପ୍ରାୟସ କରିବାକୁ ଜିଲ୍ଲାପାଳ ପରାମର୍ଶ କରିଥିବା ବେଳେ ଶ୍ରୀ ତୁଷାର କାନ୍ତ ପଣ୍ଡା ଡି.ଇ.ପି.ଏମ, ଏମ.ଏସ.ଏମ.ଇ ବିଭାଗ, ଓଡ଼ିଶା ସରକାର, ଶ୍ରୀ ପ୍ରଦୀପ୍ତ ଦାଶ , ରାଜ୍ୟ ପ୍ରଭାରୀ, ହସ୍ତତନ୍ତ କମିଟି, ହସ୍ତତନ୍ତ ମନ୍ତ୍ରଣାଳୟ, ଭାରତ ସରକାର, ଶ୍ରୀ ବୈଷ୍ଣବ ଦାଶ, ନ୍ୟାୟିକ ମୁଖ୍ୟ, ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ହସ୍ତତନ୍ତ କାର୍ଯ୍ୟାଳୟ ସୋନପୁର ଓ ସୋନପୁର ସ୍ଥିତ ମମତା ଡୋରି ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତି ମମତା ଦାସ ଓ ଶ୍ରୀ କମଲ କୁମାର ସାହୁ, ଏଫ୍.ଆଇ.ଇ.ଓ ମୁଖ୍ୟ, ଓଡ଼ିଶା ଚାପ୍ଟର ଏମ.ଓ.ସି, ଭାରତ ସରକାର , ଆଶୁତୋଷ ହୋତା, ଶୁକ୍ଳାମ୍ବର ପାଣିଗ୍ରାହୀ OASMl ସଭାପତି ସୁବର୍ଣ୍ଣପୁର ଜିଲ୍ଲା, ସିଦ୍ଧେଶ୍ୱର ମିଶ୍ର O A S M l ସଭାପତି ବଲାଙ୍ଗିର , ସଂସ୍କୃତି ଗବେଷକ ଚୌଧୁରୀ ବିଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଚେତନତା ସଭାରେ ସୁବର୍ଣ୍ଣପୁର ଜିଲ୍ଲାରେ ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ପର୍ଯ୍ୟାପ୍ତ ବ୍ୟବସାୟିକ ସୁଯୋଗ ଥିବା ଓ ସାଇବର ସୁରକ୍ଷା ଉପରେ ଅତିଥି ମାନେ ମତ ରଖି ଥିଲେ l ଏହି ଅବସରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ, ନୂତନ ଏସ ଡି ପି ଆର ଓ ମିସ୍ ସୁନା ଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି , ଓ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow