ସୁବର୍ଣ୍ଣପୁର ଠାରେ କପାମଣ୍ଡି କୁ ଉଦଘାଟନ କଲେ ଜିଲ୍ଲାପାଳ*

Dec 1, 2025 - 20:10
 0  79
ସୁବର୍ଣ୍ଣପୁର ଠାରେ କପାମଣ୍ଡି କୁ ଉଦଘାଟନ କଲେ ଜିଲ୍ଲାପାଳ*

ସୁବର୍ଣ୍ଣପୁର, ୦୧/୧୨ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଆଜି ସୋନପୁର ବ୍ଲକ କଳାପଥର ସ୍ଥିତ ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ ଠାରେ ଚଳିତ ବର୍ଷ ପାଇଁ କପା ମଣ୍ଡିରେ ସିସିଆଇ ଅଧୀନରେ ଆଜି କପା ସଂଗ୍ରହ ଆରମ୍ଭ ହୋଇଯାଇଛି । ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶୁଭ ଉଦଘାଟନ କରିଥିବା ବେଳେ ସଫଳ ଓ ସର୍ବାଧିକ କପା ଉତ୍ପାଦନକାରୀ ଚାଷୀଙ୍କୁ ସମ୍ବର୍ଧିତ କରି ଉତ୍ସାହିତ କରିଥିଲେ l

ଅଧିକ କପା ଉତ୍ପାଦନ କରି ଚାଷୀ ର ରୋଜଗାର ବଢ଼ାଇବାକୁ, ଶିଳ୍ପାନୁଷ୍ଠାନ ର ରୋଜଗାର ଓ ବେନିଫିଟ ସହ ସରକାରଙ୍କ ବେନିଫିଟ୍ ବଢାଇବାକୁ ପରାମର୍ଶ କରିଥିଲେ l ଏହି ଅବସରରେ ସୁବିଧାରେ ଚାଷୀ ଯେମିତି କପା ବିକ୍ରୟ କରି ଉଚିତ୍ ମୂଲ୍ୟ ପାଇ ପାରିବେ ପ୍ରଶାସନିକ ଅଧିକାରୀ ଙ୍କୁ ପରାମର୍ଶ କରିଥିଲେ l ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟିର ପକ୍ଷରୁ ଖୋଲା ଯାଇଥିବା ଏହି କପା ମଣ୍ଡିରେ ବୀରମହାରାଜପୁର ର ଚାଷୀମାନେ ସରକାରୀ ଦରରେ କପା ବିକ୍ରୟ କରି ପାରିବେ l ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମନୋଜ ଜେନା, ସିସିଆଇ ଇନଚାର୍ଜ ଶରତ ମସ୍କି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ ଯୋଗଦେଇ ଜିଲ୍ଲାପାଳଙ୍କ ସହ ସମସ୍ତ ଅତିଥି ମଣ୍ଡି ପରିଦର୍ଶନ କରିଥିଲେ l ଚନ୍ଦ୍ରିକା ଏଣ୍ଟରପ୍ରାଇଜେସର ପ୍ରୋପାଇଟର ବଣ୍ଟୁ ଅଗ୍ରୱାଲ ଓ ମନୋଜ ଅଗ୍ରୱାଲ ଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ଯକ୍ରମ ପରିଚାଳନା କରାଯାଇଥିଲା l

What's Your Reaction?

like

dislike

love

funny

angry

sad

wow