ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ରେ ମିଡ଼ିଆ ଙ୍କୁ ଅଣଦେଖା l ସାଂସଦ ପ୍ରତିନିଧି ଙ୍କୁ ବିଳମ୍ବ ରେ ଖବର ଦେଉଛନ୍ତି ବିଡିଓ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
ସରକାର ପରିବର୍ତ୍ତନ ହେଲା ରଜ୍ୟ ସରକାର ମିଡ଼ିଆ ଙ୍କୁ ଗୁରୁତ୍ଵ ଦେଇ ସମସ୍ତ ପ୍ରକାର କାର୍ଯକ୍ରମ ରେ ମିଡ଼ିଆ କୁ ସାମିଲ୍ କରୁଥିବା ବେଳେ ଏହାର ବ୍ୟତିକ୍ରମ କରିଛି ବ୍ଲକ୍ ପ୍ରଶାସନ l ରବିବାର ଦିନ ସୁଭଦ୍ରା ରଥ ର ଉଦଘାଟନୀ ଉତ୍ସବରେ ମିଡ଼ିଆ କୁ ସୂଚନା ନ ଦେବା ଦୁର୍ଭାଗ୍ୟ ଜନକ ଅଟେ l ଏହାକୁ ନେଇ ସାମ୍ୱାଦିକ ମାନେ ଦୁଃଖ ପ୍ରକାଶ କରିଛନ୍ତି l ପୂର୍ବରୁ ସରକାର ଙ୍କ ଲକ୍ଷପତି ଦିଦି କାର୍ଯକ୍ରମ ରେ ମଧ୍ଯ ମିଡ଼ିଆ କୁ ସୂଚନା ଦେଇ ନଥିଲା ବ୍ଲକ ପ୍ରଶାସନ l ସେହିଭଳି ବିଭିନ୍ନ କାର୍ଯ୍ୟକ୍ରମ ରେ କଂଧମାଳ ସାଂସଦ ଙ୍କ ପ୍ରତିନିଧି ମାନଙ୍କୁ ବିଳମ୍ବ ରେ ସୂଚନା ଦିଆଯାଉ ଥିବା କଥା କହିଛନ୍ତି ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ଏବଂ ଏନ୍ ଏ ସି ସାଂସଦ ପ୍ରତିନିଧି ତେବେ କାହା ଇଙ୍ଗିତ ରେ ବ୍ଲକ୍ ପ୍ରଶାସନ ଚାଲିଛି ଏବେ ବି ପୁର୍ବ ସରକାର ଙ୍କ ନୀତି ଆଦର୍ଶ ରେ ଅନୁ ପ୍ରଣୀତ ହୋଇ ବିଡିଓ ଅଚ୍ୟୁତାନନ୍ଦ ଯାନୀ ବ୍ଳକ ଅଫିସ୍ ଚଳାଉଛନ୍ତି କି ବୋଲି ନାନା ପ୍ରଶ୍ନ ଉଙ୍କି ମାରୁଛି ଏନେଇ କଂଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଅବଗତ କରିଛନ୍ତି ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ଓ ଆଦିକନ୍ଦ ପଟ୍ଟନାୟକ l
What's Your Reaction?






