ହତ୍ୟା ର ୪ ମାସ ପରେ ଧରାପଡ଼ିଲା ଅଭିଯୁକ୍ତ

Sep 3, 2024 - 20:19
 0  39
ହତ୍ୟା ର ୪ ମାସ ପରେ ଧରାପଡ଼ିଲା ଅଭିଯୁକ୍ତ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍ (ପ୍ରମୋଦ କୁମାର ଦଣ୍ଡସେନା)

ଆଇନ ର ହାତ ଲମ୍ବା l ଆଇନ ହାତରୁ ଖସିପାରିବନି ଅଭିଯୁକ୍ତ l ଧରା ପଡିବ ନିଶ୍ଚୟ l ଚାରିମାସ ଫେରାର ହୋଇ ରହିବାପରେ ପୋଲିସ ହାତରେ ଧରାପଡ଼ିଛି ଜଣେ ଗର୍ଭବତୀ ମହିଳା ର ହତ୍ୟାକାରୀ ଈଶ୍ୱର ନାୟକ l ଈଶ୍ୱର ଟିକାବାଲି ଥାନା ଅଞ୍ଚଳ ର ଜଣେ ଗର୍ଭବତୀ ମହିଳାଙ୍କୁ ଘରେ ଏକାକୀ ଥିବାବେଳେ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଥିଲା l ତେବେ ହତ୍ୟାର ଚାରି ମାସ ପରେ ଟିକାବାଲି ପୋଲିସ ଅଭିଯୁକ୍ତ ଈଶ୍ୱର ନାୟକ କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି l

What's Your Reaction?

like

dislike

love

funny

angry

sad

wow