୩୬ତମ କଲରାକୋଠା କାଳୀପୂଜା ପଞ୍ଚମ ସଂଧ୍ୟାର ରାଜଦରବାରରେ ମୁଖ୍ୟ ଆକର୍ଷଣ ପାଇଟି ଥିଲେ ଓଲିଉଡର ହାସ୍ୟରସାତ୍ମକ କମେଡି କିଙ୍ଗ ଅଭିନେତା ପପୁ ପମପମ୍ । ମଜା ନେଲେ ହଜାର ହଜାର ଦର୍ଶକ ।

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲl କଣ୍ଟାମାଳ ବ୍ଳକ କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନ ଦ୍ୱାରା ଆୟୋଜିତ ୩୬ତମ ମା' ଶ୍ୟାମାକାଳୀ ପୂଜା ର ପଞ୍ଚମ ସନ୍ଧ୍ୟାରେ ଆୟୋଜିତ ମହିଷାଶୁର ଦରବାର ର ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହିଷାସୁରଙ୍କ ଆକ୍ରମଣରେ ଦେବଲୋକଙ୍କ ସହ ବିଷ୍ଣୁଙ୍କ ବିଚାର ବିମର୍ଷ ନାଟକ ମଞ୍ଚସ୍ଥ ହୋଇଛି l
ପଞ୍ଚମ ସନ୍ଧ୍ୟାରେ ଆୟୋଜିତ ମହିଷାସୁର ଦରବାରରେ ମୁଖ୍ୟ ରାଜ ଅତିଥିଭାବେ ମାନ୍ୟବର କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ , ସମ୍ମାନୀତ ରାଜ ଅତିଥି ଭାବେ, ଜିଲ୍ଲା ମିଳିତ ଶିକ୍ଷକ ସଂଘର ସଭାପତି ନିଳାଞ୍ଚଳ ଭୋଇ, ଘଣ୍ଟାପଡ଼ା ୧ନଂ ଜୋନର ଜିଲ୍ଲା ପରିଷଦସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ଘଣ୍ଟାପଡ଼ା ବିଜେପି ମଣ୍ଡଳ ସଭାପତି ପିନାକ ଧର ରଣା ଯୋଗ ଦେଇ ସାନ୍ଧ୍ୟ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଗ୍ରାମାଞ୍ଚଳରେ ଆୟୋଜିତ ଏହି ବିରାଟ କାର୍ଯ୍ୟକ୍ରମର ଉଦ୍ୟକ୍ତା ମାନଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରିବା ସହ ସମସ୍ତଙ୍କ ସହଯୋଗ ରହିଲେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳ କଳା, ସଂସ୍କୃତି ଓ ପରମ୍ପରା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ରଖିବ। ଏ ଅଞ୍ଚଳରେ ବାରମ୍ଵାର ସାଂସ୍କୃତିକ ମଞ୍ଚ ହେଉଥିବାରୁ ସମସ୍ତ ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ l ମହିଷାସୁର ଦରବାର ରେ ଆୟୋଜିତ ରଙ୍ଗସଭା କୁ କମିଟି ସଂପାଦକ ଧରଣୀସେନ ସାହୁ ପରିଚାଳନା କରିଥିବାବେଳେ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶଚନ୍ଦ୍ର ରଣା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସୁବାସ ରଥ ପୂଜକ ଓ ସୋମନାଥ ଗୁରୁ ଏବଂ କର୍ଣ୍ଣ ସାହୁ ସହଯୋଗୀ ଭାବେ ଦାୟିତ୍ୱ ତୁଲାଇଛନ୍ତି l ପୋଲିସ ଓ ପୂଜା କମିଟି ସଦସ୍ୟଙ୍କ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହାସ୍ୟାଭିନେତା ପପୁ ପମପମଙ୍କ ହାସ୍ୟରସାତ୍ମକ ସଂଳାପରେ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ।
What's Your Reaction?






