୭ ବର୍ଷର ଶିଶୁର ଶବ ଉଦ୍ଧାର ହେଲା ତେଲ ନଦୀ ରୁ । ଗାଧୋଉଥିବା ସମୟରେ ଗୋଡ଼ଖସି ସ୍ରୋତରେ ଭାସି ମୃତ୍ୟୁ ହୋଇଥିବା ସନ୍ଦେହ ।

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
୭ ବର୍ଷର ଶିଶୁ ନିଖୋଜ ନଦୀ ଗର୍ଭରୁ ଉଦ୍ଧାର ହେଲା ଶବ । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ାର ଅଭିରାମ ଭୋଇଙ୍କ ଦ୍ୱିତୀୟ ପୁତ୍ର ସ୍ଵରାଜ ଭୋଇ (୭ବର୍ଷ) ସବୁଦିନ ଭଳି ଗ୍ରାମ ନିକଟସ୍ଥ ତେଲ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରିନ ଥିଲା। ପୁଅ ଗାଧୋଇଯାଇଥିବା ମଧ୍ୟ ବାପା ମାଆ ଜାଣି ନଥିଲେ। ସେମାନେ ସକାଳୁ ଚାଷ ଜମିକୁ ଯାଇଥିଲେ। ସଂଧ୍ୟା ରେ ଘରକୁ ଆସି ସ୍ଵରାଜ କୁ ନ ଦେଖି ଖୋଜାଖୋଜି କରିଥିଲେ। ତାପରେ ସନ୍ଦେହ ହେବାରୁ ନଦୀ ଘାଟକୁ ଯାଇଥିଲେ।ସେଠାରେ ସେମାନେ ସ୍ଵରାଜର ଚପଲ ଓ ସାର୍ଟ ଥୁଆ ହୋଇଥିବା ଦେଖି ପାଣିରେ ଭାସିଯାଇଥିବା ଅନୁମାନ କଲେ। ସଂଗେ ସଂଗେ ଘଣ୍ଟାପଡ଼ା ଥାନାରେ ନିଖୋଜର ଏକ ଏତଲା ଦାୟର କଲେ। ପୁଲିସ ଘଟଣାକୁ ଅନୁଧ୍ୟାନ କରିବାପରେ କଣ୍ଟାମାଳ ଦମକଳ ବିଭାଗକୁ ଖବର ଦେଇଥିଲେl ଦମକଳ ବାହିନୀ ନଦୀର ଗର୍ଭରେ ଖୋଜାଖୋଜି କଲେ।ପାଣି କମ ଥିବାରୁ ଶବ ଭାସି ନଯାଇ ପାଖରେ ପାଣି ଭିତରେ ପଡି ରହିଥିଲା ଏବଂ ସେଠାରୁ ଶିଶୁର ଶବଠାବ କରି ଘଣ୍ଟାପଡ଼ା ପୁଲିସକୁ ହସ୍ତାନ୍ତର କରିଥିଲା। ଏନେଇ ପୁଲିସ ଏକ ମାମଲା ଋଜୁ ସହ ଟିକିନିଖି ତଦନ୍ତ କରି ଶିଶୁଟିର ଶବକୁ ବ୍ୟବଛେଦ କଲାପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ପ୍ରକୃତ କାରଣ ଜଣାପଡିବ ବୋଲି ଘଣ୍ଟାପଡ଼ା ଥାନାଧିକାରୀ ନରସିଂହ ମହାପାତ୍ର ଓ କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
What's Your Reaction?






