କୈବର୍ତ୍ତ ସମାଜର ବାର୍ଷିକ ଯାତ୍ରା ଉଦଯାପିତ

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗବଯୋର କେନ୍ଦ୍ର କୈବର୍ତ୍ତ ସମାଜର ବାର୍ଷିକ ଯାତ୍ରା ମହା ସମାରୋହରେ ପାଲିତ ହୋଇଯାଇଛି ! ସମାଜର ମହିଳା ଓ ପୁରୁଷ ମାନେ ଏକ ଶୋଭାଯାତ୍ରାରେ ଆସି ଗବଯୋର -ପଥର୍ଲ୍ଲା ଗାଁ ସମ୍ମୁଖ ପଡିଆ ସ୍ଥିତ ସମାଜ ର ଇଷ୍ଟଦେବୀ ମା ' ମାଣିକେଶ୍ବରୀଙ୍କ ମନ୍ଦିରରେ ଯୋଗ ଦେଇଥିଲେ ! ପରେ ସମାଜର ଝାଙ୍କର ଦୁର୍ଗା ମହାଳିଙ୍ଗ ଦେବୀଙ୍କ ପୀଠରେ ରୀତିନୀତିରେ ପୂଜା କରିଥିଲେ ! ଯାତ୍ରାରେ ବିଭିନ୍ନ ଗ୍ରାମର କୈବର୍ତ୍ତ ସମାଜର ଲୋକମାନେ ଯୋଗ ଦେଇଥିଲେ !
କୈବର୍ତ୍ତ ସମାଜର ଜିଲ୍ଲା ଉପସଭାପତି ମାଗୁଣୀ ନାଏକ, ଗବଯୋର କେନ୍ଦ୍ର ସଭାପତି ତ୍ରିନାଥ ସେଠି,ସମ୍ପାଦକ ରାଜକିଶୋର ନାଏକ,ସାମ୍ବାଦିକ ଦେବାଶିଷ ମଲିକ, ଗଣେଶ୍ୱର ଝାଙ୍କର ହୃଷିକେଶ ସେଠି, ଉଦ୍ଧବ ମହାଲିକ , ରାଧାକାନ୍ତ ମହାଲିକ ସ୍ୱାଧୀନ ପାଣ୍ଡେ ଙ୍କ ସହ ଜିଲ୍ଲାର ୧୬ ଟି କେନ୍ଦ୍ରର ପ୍ରତିନିଧି ମାନେ ଯୋଗ ଦେଇ ଥିଲେ ! ସମାଜର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ବୈଠକରେ ସମାଜର ବିଭିନ୍ନ ସମଷ୍ୟା ଓ ସମସ୍ୟା ର ସମାଧାନ ବିଷୟରେ ଆଲୋଚନ କରାଯାଇଥିଲା !
What's Your Reaction?






