ରିଷିଡାରେ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ନାମେଣ୍ଟ

ରିଷିଡା :ଲୋକ ଆବାଜ.ଇନ (ତ୍ରିସଙ୍କ ରଣା )
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ବାପୁଜୀ ମିନି ଷ୍ଟାଡିୟମ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛଅ ଗୋଟି ଦଳ ଭାଗନେଇଥିଲେ l ଫାଇନାଲ ମ୍ୟାଚ ରିଷିଡା କ ଓ ରିଷିଡା ଖ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କ ଦଳ ବିଜୟୀ ହୋଇଥିଲେ l ମୁଖ୍ୟଅତିଥି ଭାବେ ଯୁବ ଉଦ୍ୟୋଗପତି ଶିବଲାଲ କେଡ଼ିଆ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ l ମ୍ୟାଚକୁ କ୍ରୀଡା ଶିକ୍ଷକ ଲଳିତ କୁମାର ସାହୁ ଓ ଲଳିତ କୁମାର ଗୌଡ଼ ପରିଚାଳନା କରିଥିଲେ l ଆୟୋଜକ କମିଟି ସଭାପତି ରାଜେଶ ଗଡ଼ତିଆ, ଉପସଭାପତି ରଞ୍ଜନ ନାଏକ, ସମ୍ପାଦକ ବଣ୍ଟି ସେଠ ଙ୍କ ତତ୍ୱାବଧାନରେ ଆୟୋଜିତ ମ୍ୟାଚରେ ସ୍କୋରର ଦାୟିତ୍ୱରେ ଲିପୁ ସେଠ ରହିଥିଲେ l ସୋନୁ ରଣା, ବବଲୁ ଦଣ୍ଡସେନା, ଲିପୁନ ରଣା, କୁନା ନାଏକ, ଦେବେନ୍ଦ୍ର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ l
What's Your Reaction?






