ଗଞ୍ଜେଇ ସହ କାର ଜବତ ୪ ଗିରଫ ।

Nov 2, 2024 - 08:01
 0  32
ଗଞ୍ଜେଇ ସହ କାର ଜବତ ୪   ଗିରଫ ।

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ସମସ୍ତେ ଦୀପାବଳୀର ମଜା ନେଉଥିବା ବେଳେ ଘଣ୍ଟାପଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି । ବହୁଦିନ ବ୍ୟବଧାନ ପରେ ଗଞ୍ଜେଇ ଧରି କାରରେ ଚୋରାଚାଲାଣ ହେଉଥିବା ସମୟରେ ଆଗରୁ ଛକି ରହିଥିବା ପୁଲିସ କାରଟିକୁ ଅଟକାଇ ଯାଞ୍ଚ କରିବାରୁ କାରର ବନଟରୁ ବିପୁଳ ପରିମାଣର ଗଞ୍ଜେଭ ଭର୍ତ୍ତି ବସ୍ତା ବାହାରିଥିଲା। ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ପୁଲିସ ୪୧ନଂ ମନମୁଣ୍ଡା-ସିନ୍ଧୁଗୋରା ରାଜ୍ୟ ରାଜପଥର କୁରୁକୁପା ଛକ ନିକଟରେ ଛକି ରହିଥିଲା। ପରେ ଏକ କାର ଦୃଢ ଗତିରେ ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ ବେଳେ ଗଞ୍ଜେଇ ବାହାରିଥିଲା । କାରଟିର ନମ୍ବର ସିଜି ୦୪ଏଲଭି ୮୮୯୮। ଫଳରେ କାରରେ ଥିବା ୪ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଥିଲା।

ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ମାଜିଷ୍ଟେଟ ଦାୟିତ୍ୱରେ ଥିବା କଣ୍ଟାମାଳ ତହସିଲଦାର ସୁଶ୍ରୀ ଶ୍ଵେତପଦ୍ମା ଯୋଶୀ ପହଞ୍ଚି ତାଙ୍କ ସାମନାରେ ଗଞ୍ଜେଇକୁ ମାପ କରିବାରୁ ୨୨ କେଜି ୭୦୦ଗ୍ରାମ ହୋଇଥିଲା। ଗିରଫ ୪ଜଣ ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନାର ସୀତାବତୀପଡାର ଜିତୁ ମାଝୀ(୨୨), ଜୟଲାଲ ଲୁହାଜବ୍ୟାଲ(୨୪), ଚନ୍ଦ୍ର ବେହେରା(୨୧) ଓ କନ୍ଦର୍ପ ଘିବେଲା। ଉକ୍ତ ଘଟଣାରେ କେସ ନଂ ୧୩୮/୨୪ରେ ଏକ ମାମଲା ଋଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଘଣ୍ଟାପଡ଼ା ଥାନା ଅଧିକାରୀ ନରସିଂହ ମହାପାତ୍ର ଓ ତଦନ୍ତ ଅଧିକାରୀ ବିଶ୍ଵାମିତ୍ର ଲୋଇଙ୍କ ଠାରୁ ପ୍ରକାଶ l

What's Your Reaction?

like

dislike

love

funny

angry

sad

wow