ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଓ ଠିକାଦାର ନିଲେଶ ଅଗ୍ରୱାଲ ଙ୍କ ମୁନସି ଙ୍କ ମଧ୍ୟରେ ଗଣ୍ଡଗୋଳ ମାଡପିଟ ଘଟଣା

କଳାହାଣ୍ଡି ଲୋକ ଆବାଜ. ଇନ(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-
ଦିନକୁ ଦିନ ନର୍ଲା ଅଞ୍ଚଳରେ ରାଜନୀତି ର ଆଗଧାଡିର ନେତା ଏବଂ ଜିଲ୍ଲା ଖଣି ବିଭଗ ଙ୍କ ଛତ୍ରଛାୟା ତଳେ କୁଖ୍ୟାତ ବାଲି ମାଫିଆ ନିଲେଶ ଅଗ୍ରୱାଲ ଙ୍କ ଦ୍ଵାରା ନର୍ଲା ବ୍ଲକ ରେ ଥିବା ବିଭିନ୍ନ ନଦୀ ଶଯ୍ୟାରୁ ରାତି ଦିନ ବେଧଡକ ଭାବେ ଶହ ଶହ ବାଲି ଚୋରା ଚାଲାଣ କରୁଥିବା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। କିଛିଦିନ ତଳେ ନର୍ଲା ବ୍ଳକ୍ ଧଅରାମାଲ ଗ୍ରାମ ନିକଟରେ ଥିବା ସାନ୍ଦୂଲ୍ ନଦୀ ରୁ ବେଆଇନ ଭାବେ ବାଲି ବୋଝେଇ ଏକ ହାଇୱ। ଗାଡ଼ି କୁ ତହସିଲଦାର ଙ୍କ ଦ୍ଵାରା ପ୍ରାୟ ଚାଳିଶି ହାଜର ଟଙ୍କା ବାଲି ମାଫିଆ ଫାଇନ ଦେଇ ନିଜ ଗାଡ଼ିକୁ ମୁକୁଲାଇ ଥିବା ଜଣାପଡ଼ିଛି ।ଅନ୍ୟପଟେ ରବିବାର ଦିନ ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ରାହୁଲ ସାହୁ ଓ ନିଲେଶ ଅଗ୍ରୱାଲ ଙ୍କ ମୁନସି ମଧ୍ୟରେ ଭାଟେଲ ରାସ୍ତା ନିର୍ମାଣ ରେ ବ୍ୟାପକ ଅନିୟମିତତା ଓ ରାସ୍ତା ରେ ପାଣି ଛିଞ୍ଚନ କରୁନଥିବା ଅଭିଯୋଗ କରି କଥାବାର୍ତ୍ତା ହେବା ଭିତରେ ସରପଞ୍ଚ ମୁନସି ଙ୍କୁ ମାଡ଼ ମାରି ଥିବା ନେଇ ଥାନା ରେ ଅଭିଯୋଗ ହୋଇଥିବା ଜଣାପଡିଛି।ଠିକ ସେହିପରି ସରପଞ୍ଚ ମଧ୍ଯ ମୁନସି ମାଡ଼ ମାରି ଥିଲେ ବୋଲି ଅଭିଯୋଗ କରୁଥିବା ବେଳେ ପୁଲିସ ଉଭୟ ପକ୍ଷ ଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ? ଏ ଭଳି ଭାବରେ ଠିକାଦାର ଙ୍କ ସହିତ ଜିଲ୍ଲା ପୁର୍ତ୍ତ ବିଭାଗ ର ପଦସ୍ଥ ଅଧିକାରୀ ଙ୍କ ସଲା ସୁତୁରରେ ଅନିୟମିତତା କରି ଠିକାଦାର ପୋଷାନୀତି କରି ଅଧିକାରୀ ମାନଙ୍କ ପ୍ୟାକେଟ କୁ କୋଟି କୋଟି ଟଙ୍କା ଯାଉଛି ଯାହା ଫଳରେ ଠିକ। ସଂସ୍ଥା କୁ ପ୍ରଚୁର ପରିମାଣ ରେ ଅର୍ଥ ଉପାର୍ଜନ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।
What's Your Reaction?






