ସଇଁତଲା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ ପରେ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା

Dec 31, 2025 - 21:45
 0  78
ସଇଁତଲା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ ପରେ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା

ସଇଁତଲା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)                                 

   ବଲାଙ୍ଗୀର ଜିଲ୍ଲା ସଇଁତଲାରେ ନୂତନ ଥାନା ଆଇଆଇସି ଭାବରେ ଖଗପତି ବିଶ୍ଵାଲ ଯୋଗଦାନ କରିଛନ୍ତି l ଏହା ପୃର୍ବରୁ ଥିବା ଥାନା ଅଧିକାରୀ ରଶ୍ମିତା ବେହେରାଙ୍କୁ ଭୁବନେଶ୍ଵରକୁ ବଦଳି ହୋଇ ଥିବା ବେଳେ ତାଙ୍କ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନାରୁ ଶ୍ରୀ ବିଶ୍ୱାଳଙ୍କୁ ସଇଁତଲା ଥାନାକୁ ବଦଳି ହୋଇଛି l ସଇଁତଲା ଥାନାରେ ଯୋଗ ଦେବା ପରେ ସଇଁତଲା ଥାନା ଅଞ୍ଚଳରେ ଆଇନଶୁଙ୍ଗଳା ପରିସ୍ଥିତି କୁ ନଜର ରଖିବା ସହ ଟ୍ରାଫିକ ସମସ୍ୟା ସମାଧାନ, ମଦ କାରବାର, ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ l ଏହି ପରିପେକ୍ଷୀରେ ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ନୂତନ ଥାନା ଅଧିକାରୀଙ୍କୁ ଫୁଲ ତୋଡ଼ା ସହ ଉପଢୋକନ ଦେଇ ସ୍ୱାଗତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସଂଘ ମୁଖ୍ୟ ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ସଂଘ ସଭାପତି ନାରାୟଣ ସାହୁ, ଯୁବ ସାମ୍ବାଦିକ ରଞ୍ଜନ ବାଗ, ଲଷ୍ମୀକାନ୍ତ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow