କନ୍ଧମାଳରେ ଅପରେସନ ନୀଳଜହର ତିନି କୋଟିଟଙ୍କାରୁ ଉର୍ଦ୍ଧ ଗଂଜେଇ ଜବତ
କନ୍ଧମାଳରେ ଅପରେସନ ନୀଳଜହର l କନ୍ଧମାଳରୁ ଗଂଜେଇ ଚାଷକୁ ସମୂଳେ ଧ୍ବଂସ କରିବାପାଇଁ ପୋଲିସ ଓ ଅବକାରୀ ବିଭାଗ ପ୍ରତ୍ୟେକ ଦିନ ଗଂଜେଇ ବଗିଚାରେ ପଶିନଷ୍ଟ କରୁଛି ଏବଂ ଗଞ୍ଜେଇ ଜବତ କଲେ ବି ପୁଣି ବାଲିଗୁଡା ଥାନା ଅଧିକାରୀ ଶିବ ରଞ୍ଜନ ସିଂ ଙ୍କ ନେତୃତ୍ୱରେ ଗତ ରାତିରେ ଲଣ୍ଡାଗାଁ ରାସ୍ତା ପାର୍ଶ୍ୱ ରେ ଦୁଇ କ୍ୱିଣ୍ଟାଲ 38 କିଲୋଗ୍ରାମ ଗଞ୍ଜେଇ ଜବତ କରିବା ରେ ସଫଳ ହୋଇଛି, ଲଣ୍ଡାଗାଁ ରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ବାଲିଗୁଡା ପୋଲିସ୍ ମାଡି ବସିଥିଲା, ଜବତ ଗଞ୍ଜେଇ ର ଆନୁ ମା ନିକ ମୂଲ୍ୟ ତିନି କୋଟି ରୁ ଉର୍ଦ୍ଧ ହେବ ବୋଲି ପୋଲିସ କହିଛି,ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆ ମାନେ ଚଂପଟ ମାରିଥିବା ଜଣା ପଡିଛି, ଏନେଇ ବାଲିଗୁଡା ଥାନାରେ ଏନ ଡି ପି ଏସ ଆକ୍ଟରେ ମାମଲା ରୁଜୁ ହୋଇଛି l ବର୍ତ୍ତମାନ ସୁଦ୍ଧା ବାଲିଗୁଡା ଥାନା ଅଞ୍ଚଳ ରେ ରେ ଏକର ସରକାରୀ ଓ ଜଙ୍ଗଲଜମିରୁ କୋଟି କୋଟି ଟଙ୍କାରୁ ବେଆଇନ ଗଂଜେଇ ଚାଷ କୁ ପୋଲିସ ନଷ୍ଟ କଲେ ମଧ୍ୟ ଗଞ୍ଜେଇ ବାହାରୁଛି, ତେବେ ପୋଲିସ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇଛି ଆଗକୁ ପୁଣି ଏହି ଅଭିଯାନ ଚାଲୁ ରହିବ ବୋଲି ଥାନା ଅଧିକାରୀ ଶିବ ରଞ୍ଜନ ସିଂ କହିଛନ୍ତି l ଗଞ୍ଜେଇ ଚାଷକୁ ପ୍ରତ୍ୟେକ ବର୍ଷ ପୁଲିସ ପ୍ରସାଶନ ଅବକାରୀ ବିଭାଗ କାଟୁଥିଲେ ବି ପୁଣି ସେହି ସ୍ଥାନରେ ଚାଷ ହେଉଛି l ଗଂଜେଇ ଚାଷରେ ବଡ ବଡ ହସ୍ତୀ ଚାକିରୀଆ ରାଜନେତାର ସମ୍ପୃକ୍ତି ଆସୁଥିବା ଅଭିଯୋଗ ହେଉଛି l ପୋଲିସ ଏକର ଏକର ସରକାରୀ ଜମିରୁ ଗଂଜେଇ ନଷ୍ଟକରି ବେନାମୀଭାବେ ମାମଲା ରୁଜୁ କରିଚୁପ ବସିଛି ଏଯାଏଁ ପୋଲିସ କିମ୍ବା ଅବକାରୀ ବିଭାଗ ମାଷ୍ଟର ମାଇଣ୍ଡ ପାଖରେ ପହଂଚି ପାରିନି l ଗଂଜେଇ ଚାଷକୁ ଜଳ ସେଚନ ପାଇଁ ସରକାରୀ ଅନୁଦାନରେ କଂକ୍ରିଟ କେନାଲ ଦ୍ୱାରା ପାଣି ମଡ଼ାହେଉଥିବା ଦେଖିବାକୁ ମିଳିଛି ଏହିପରି ଜ଼ିଲ୍ଲାର ଅନେକ ପଂଚାୟତରେ ଗଂଜେଇ ଚାଷରେ ସରକାରୀ ଅନୁଦାନ ଲାଗିଥିବା ଅଭିଯୋଗ ହେଉଛି ଏହାର ତଦନ୍ତ କରାଗଲେ ବହୁ ଗୁମର କଥା ପଦାକୁ ଆସିବ l ହଜାର ହଜାର ଏକର ସରକାରୀ ଜମିରେ ବେଆଇନ ଗଂଜେଇ ଚାଷ ହେଉଥିଲେ ବି ପ୍ରଶାସନ କେମିତି ଜାଣି ପାରୁନି ସେନେଇ ପ୍ରଶ୍ନ ଉଠୁଛି l
What's Your Reaction?