ଡକାୟତି ଘଟଣା, ଚୋରି ୩ ବାଇକ୍ ସହ କପଡା ସାମଗ୍ରୀ ଜବତ, ୪ ଡକାୟତଗିରଫ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ ଡି ପି ଓ

Sep 14, 2024 - 22:25
 0  33
ଡକାୟତି ଘଟଣା, ଚୋରି ୩ ବାଇକ୍ ସହ କପଡା ସାମଗ୍ରୀ ଜବତ, ୪ ଡକାୟତଗିରଫ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ ଡି ପି ଓ

କଣ୍ଟାମାଳ : ଲୋକ ଆବାଜ୍ ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ଦୁଇଟି ପୃଥକ ଡକାୟତି ଘଟଣାରେ କଣ୍ଟାମାଳ ପୁଲିସ ୪ଜଣ ଡକାୟତ କୁ ଗିରଫ କରିବା ସହ ଚୋରି ୩ବାଇକ୍ ଓ କପଡା ସାମଗ୍ରୀକୁ ଜବତ କରିଥିବା ନେଇ ଆଜି ଅପରାହ୍ନ ୪ଟାରେ କଣ୍ଟାମାଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ ଡି ପି ଓ ସୂଚନା ଦେଇଛନ୍ତି | ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ମନମୁଣ୍ଡା ଥାନା ଶୁଣ୍ଢୀ ପଦର ପଞ୍ଚାୟତ ଚତୁର୍ଭୁଜ ପୁର ଗ୍ରାମର ଚକ୍ରଧର ଶାଣ୍ଢ (୫୦) ନିଜ ହିରୋ ଏଚ ଏଫ୍ ଡିଲକ୍ସ ବାଇକ୍ (ଓଡ଼ି ୩୧ ଏ ୬୯୦୦) ରେ କୌଣସି କାମରେ ବାଲନ୍ଦା ପଡ଼ା ଯାଇ ଫେରୁଥିବା ବେଳେ ଅପରାହ୍ନ ୩ଟା ୩୦ମିନିଟ ସମୟରେ କଣ୍ଟାମାଳ ଥାନା ମାତାକୁପା ଘାଟି ନିକଟରେ ୫ଜଣ ଦୁର୍ବୃତ୍ତ ତାକୁ ଅଟକାଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ବାଇକ୍ କୁ ଛଡାଇ ନେଇଥିବା ନେଇ ଚକ୍ରଧର କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପୁଲିସ ୧୫୮/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘଟଣାରେ ଆଜି କଣ୍ଟାମାଳ ଥାନା ବଡ଼ଛପାପାଲି ଗ୍ରାମର ପ୍ରଭାତ ସାହୁ(୧୯) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ପ୍ରଭାତ ନିକଟରୁ ଚୋରି ବାଇକ୍ ପୁଲିସ ଜବତ କରିଛି |

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବୁଡେଲ ମୁଣ୍ଡା ଗ୍ରାମର ଲକ୍ଷ୍ମଣ ପାତ୍ର (୫୮) ନିଜ ହିରୋ ଏଚ ଏଫ୍ ଡିଲକ୍ସ ବାଇକ୍ (ଓଡ଼ି ୩୧ ଡି ୮୬୨୯) ରେ କପଡା ସାମଗ୍ରୀ ବିକ୍ରୀ କରି ଅପରାହ୍ନ ୧ଟା ୩୦ମିନିଟ ସମୟରେ ତିଲେଇ ମାଲ ପଟରୁ ସାନ ଛପାପାଲି ରାସ୍ତାରେ ଫେରୁଥିବା ସମୟରେ ୩ଜଣ ଦୁର୍ବୃତ୍ତ ଅଟକାଇ ଭୟଭୀତ କରି ବାଇକ୍, ମୋବାଇଲ ଓ ୩ହଜାର ଟଙ୍କା ସହ କପଡା ସାମଗ୍ରୀ ଚୋରି କରି ନେଇଥିବା ନେଇ ଲକ୍ଷ୍ମଣ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ | ପୁଲିସ ୧୬୭/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ୩ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଅଭିଯୁକ୍ତ ମାନେ ହେଲେ କଣ୍ଟାମାଳ ଥାନା ତିଲେ଼ଇ ମାଲ ଗ୍ରାମର ଜୟକୃଷ୍ଣ ନାଏକ (୨୬), ଅଭିଳାଷ ପାଣ୍ଡେ (୨୨) ଏବଂ ମନମୁଣ୍ଡା ଥାନା ବଘାର ଗ୍ରାମର ରାଜେନ୍ଦ୍ର ରାଜହଂସ (୨୮) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି | ୩ଅଭିଯୁକ୍ତଙ୍କ ନିକଟରୁ ୨ବାଇକ୍ ସହ କପଡା ସାମଗ୍ରୀ ସବୁ ପୁଲିସ ଜବତ କରିଛି | ଉଭୟ ଘଟଣାରେ ପୁଲିସ ୩ବାଇକ୍, କପଡା ସାମଗ୍ରୀ ସହ ୪ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ ଡି ପି ଓ କୁଲଦୀପ ମିନା ସୂଚନା ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ |

What's Your Reaction?

like

dislike

love

funny

angry

sad

wow