ବଜ୍ରାଘାତରେ ବାଳିକା ମୃତ,

Oct 20, 2024 - 09:56
 0  25
ବଜ୍ରାଘାତରେ ବାଳିକା ମୃତ,

ବାଲିଗୁଡା : ଲୋକ ଆବାଜ୍ ଇନ୍ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ପଲାମୀ ଗାଁରେ ଘଟିଛି ଅଭାବନୀୟ ଘଟଣା ,ବଜ୍ରାଘାତରେ ଜଣେ ନାବାଳିକା ମୃତ୍ୟୁ lll ଏହିଭଳି ହୃଦୟ ବିଦାରକ ଘଟଣା ଘଟି ,କଳ୍ପନା ମଲିକ ନାମ୍ନୀ ଜଣେ ନାବାଳିକl ଅଦିନେ ଝରି ପଡିଛି । ସୂଚନା ମୁତାବକ ଗତ ଶନିବାର ସନ୍ଧ୍ୟା ସମୟରେ ବିଜୁଳି ଘଡ଼ ଘଡି ଫଳରେ ଘରର ସିଧାସଳଖ ଆଜବେଷ୍ଟ ଛାତ ଉପରେ , ଗଛ ଓ ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଥିଲା ।ଫଳରେ ବରଣ୍ଡାରେ ଖେଳୁଥିବା ବାର ବର୍ଷର କୁନି ଝିଅଟି ତଳେ ପଡିଯାଇଥିଲା।ସଙ୍ଗେ ସଙ୍ଗେ ପରିବାର ଲୋକ ଓ ସ୍ଥାନୀୟ ଲୋକ ମିଶି ଝିଅକୁ ପ୍ରଥମେ ବାରଖମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ପରେ ଖବର ପାଇ ବାରଖମା ଫାଣ୍ଡି ପୋଲିସ ମେଡ଼ିକାଲରେ ପହଞ୍ଚି କିଭଳି ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ସେ ନେଇ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ମେଡିକାଲ ପଠେଇ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଯଦି ଦେଖିବା ଘଟଣା ଘଟିବା ପରେ ସ୍ଥାନୀୟ ଆର ଆଇ ଯାଇ ତଦନ୍ତ କରିବା ସହିତ ସରକାରୀ ଦୈବୀ ଦୁର୍ବିପାକରେ ମୃତକଙ୍କୁ ସହାୟତ ପାଇଁ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି

What's Your Reaction?

like

dislike

love

funny

angry

sad

wow