ବୌଦ୍ଧ ଜିଲ୍ଲା ରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଆଭାସୀ ବୈଠକ

Aug 31, 2024 - 20:06
 0  32
ବୌଦ୍ଧ ଜିଲ୍ଲା ରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଆଭାସୀ  ବୈଠକ

ବୌଦ୍ଧ: ଲୋକ୍ ଆଵାଜ୍ .ଇନ୍ ( ମନୋରଞ୍ଜନ ତ୍ରିପାଠୀ)
:- ବୌଦ୍ଧ  ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲ୍ଲା ରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ ହୋଇସାରିଥିବା ବେଳେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି । ଜିଲ୍ଲା ରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନ ପଡିବେ ସେଥିପାଇଁ ବୈଠକରେ ଜିଲ୍ଲା ପାଳ ଶ୍ରୀପଣ୍ଡା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତୁତ ହୋଇ ଥିବା ମାଇକ୍ରୋ ପ୍ଲାନ ଅନୁଯାୟି ସମସ୍ତେ କାର୍ଯ୍ୟ କରିବେ , ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ଥାନାଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଯୋଜନାରେ ହିତାଧିକାରୀ ମାନଙ୍କ ନିକଟରେ ଫର୍ମ ଉପଲବ୍ଧ କରାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲିଡ ବ୍ୟାଙ୍କ ମ୍ୟାନେଜର ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହିତ ବୈଠକ କରି ସୁଭଦ୍ରା ଡେବିଟ କାର୍ଡ ମାଗଣାରେ ପ୍ରଦାନ କରାଇବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଫର୍ମ ବିତରଣ କରିବା ସହିତ ସାଧାରଣ ସେବା କେନ୍ଦ୍ର ଜରିଆରେ ହିତାଧିକାରୀମାନେ ଆବେଦନ କରିପାରିବେ । କୌଣସି ହିତାଧିକାରୀ ଆବେଦନ ପ୍ରକ୍ରିୟାରେ ଯେପରି ସମସ୍ୟାର ସମ୍ମୁଖିନ ହେବେନାହିଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ଏହି ଯୋଜନାର ସଫଳତା ଓ ସାମୁହିକ ସଚେତନତା ପାଇଁ  ଦୁତ ଭାବରେ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଆଭାସୀ ବୈଠକରେ ନୋଡାଲ ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଲା ପାଳ ଓ ସହକାରୀ ନୋଡାଲ ଅଧିକାରୀ ଭାବରେ ଉପ ଜିଲ୍ଲାପାଳ କାର୍ଯ୍ୟ କରିବେ । ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।

What's Your Reaction?

like

dislike

love

funny

angry

sad

wow