ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

Dec 19, 2024 - 13:17
 0  93
ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି,  ଲୋକ ଆବାଜ୍.ଇନ୍:(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):

 ଧର୍ମଗଡ ବ୍ଲକ କାର୍ଯ୍ୟଳୟ ଠାରେ ଗୁରୁବାର ଦିନ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ 'ଘୁମୁରା' ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଧର୍ମଗଡ ବ୍ଳକ ଉନ୍ନୟନ ଅଧିକାରୀ ଶରତ ପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିପିଓ ଦେବୀ ପ୍ରସାଦ ମେହେର,ପୂର୍ବତନ ଜିପିଓ କେଦାର ନାଥ ନାଏକ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନି ମାଝୀ, ହରିଟିକଲଚର ଅଧିକାରିଣୀ ଶ୍ରୀମତୀ ପ୍ରତିଭା ନାଏକ , ବିଏସଏସଓ ଦମୟନ୍ତୀ ନାଏକ ,ଡବ୍ଲୁଇଓ ଶିବାନୀ ନାଏକ,ଧର୍ମଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା, ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରାଯାଇଥିଲା। ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସମସ୍ତଙ୍କ ମତାମତ ପରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ଜାନୁଆରୀ ୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।

ଏଥିରେ ବିଭିନ୍ନ କଳା, ସଂସ୍କୃତି, ଲୁକ୍କାୟିତ ପ୍ରତିଭା ନେଇ ବିଭିନ୍ନ ସ୍କୁଲ, କଲେଜ ଓ ଅନେକ ଅନୁଷ୍ଠାନରୁ ଲୋକେ ନିଜର କଳା ସଂସ୍କୃତି ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଉତ୍ସବକୁ ଆକର୍ଷଣ କରିବା ପାଇଁ ଧର୍ମଗଡ ଅଧିଷ୍ଠାତ୍ରୀ ଦେବୀ ଙ୍କ ପ୍ରତିମୂର୍ତ୍ତି ମୁଖ୍ୟ ଗେଟ ର ମଞ୍ଚ ତିଆରି କରିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ଧର୍ମଗଡ ର ୨୪ ଗୋଟି ପଂଚାୟତ ର ସରପଞ୍ଚ, ପିଇଓ, ସମିତି ମେମ୍ବର ଓ ଜ଼ିଲ୍ଲାପରିଷଦ ଶଙ୍କର ଜଏଡ଼ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ମତାମତ ମତ ପ୍ରଦାନ କରିଥିଲେ। ବୈଠକ କୁ ପୂର୍ବତନ ଜିପିଓ କେଦାର ନାଥ ନାଏକ ପରିଚାଳନା କରିଥିଲେ।

What's Your Reaction?

like

dislike

love

funny

angry

sad

wow