ଶିକ୍ଷା ସ୍ୱାସ୍ଥ୍ୟ ଆମ ସରକାରଙ୍କ ପ୍ରାଥମିକତା : ସାଂସଦ, ପଡିଆରେ ନୂତନ ମେଡିକାଲର ଉଦଘାଟନ

Sep 30, 2024 - 22:50
 0  10
ଶିକ୍ଷା ସ୍ୱାସ୍ଥ୍ୟ ଆମ ସରକାରଙ୍କ ପ୍ରାଥମିକତା : ସାଂସଦ, ପଡିଆରେ ନୂତନ ମେଡିକାଲର ଉଦଘାଟନ

ମାଲକାନଗିରି:ଲୋକ ଆବାଜ. ଇନ(ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ)

   

 ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ପଡିଆ ବ୍ଲକରେ ନୂତନ ଭାବେ ନିର୍ମିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉଦଘାଟନ କରିଛନ୍ତି।ଏଥିପାଇଁ ଆଜି ସକାଳୁ ନୂତନ ମେଡିକାଲ କୋଠାକୁ ସୁସଜ୍ଜିତ କରାଯିବା ସହ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ, କର୍ମଚାରୀ ଓ ଆଶା ଦିଦି ଙ୍କ ଭିଡ ଦେଖିବାକୁ ମିଳିଥିଲା। ପ୍ରଥମେ ସାଂସଦ ଶ୍ରୀ ମାଝୀ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଧନେଶ୍ୱର ପାତ୍ର, ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସିଦ୍ଧାର୍ଥ ଶଙ୍କର ଦାସ, ବିପିଏମ ମହାନନ୍ଦ ମିସ୍ତ୍ରୀ, ସ୍ଥାନୀୟ ଆଶା ଓ ଏଏନଏମ କର୍ମୀ ମାନଙ୍କ ପକ୍ଷ୍ୟରୁ ନୂତନ ମେଡିକାଲ ପରିସରରେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା। ଏହାପରେ ସାଂସଦ ଶ୍ରୀ ମାଝୀ ନୂତନ ମେଡିକାଲ କୋଠା ନିମନ୍ତେ ଫଳକ ଉନ୍ମୋଚନ କରିବା ସହ ଫିତା କାଟି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହାପରେ ଅୟୋଜିତ ସଭାରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ହିଁ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ସାଂସଦ ଶ୍ରୀ ମାଝୀ ନିଜ ଉଦବୋଧନରେ କହିଛନ୍ତି। ଅନ୍ୟପଟେ ସକାଳୁ ସାଂସଦ ଶ୍ରୀ ମାଝୀ ଓ ମାଲକାନଗିରି ବିଧାୟକ ପ୍ରଥମେ ପଡିଆ ସ୍ଥିତ ଆଂଚଳିକ ମହାବିଦ୍ୟାଳୟକୁ ଯାଇ ସେଠାରେ ଥିବା ସହିଦ ତାମା ଦୋରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଆତ୍ମନିର୍ଭରଶୀଳ ତଥା ଦୃଢ଼ମନା ହେବାକୁ କହିଥିଲେ।

ଏହାପରେ କଲେଜର ଅଧକ୍ଷ ପରମାନନ୍ଦ ମହାପାତ୍ର ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି ଙ୍କ ଉପସ୍ଥିତରେ କଲେଜର ଭିତ୍ତିଭୂମି ସମୀକ୍ଷା କରିବା ସହ ଆଗାମୀ ଦିନରେ ହଷ୍ଟେଲର ଉନ୍ନତିକରଣ ଦିଗରେ ଦୃଷ୍ଟି ଦିଆଯିବା ନେଇ ଆଶ୍ୱସନା ଦେଇଥିଲେ। ସାଂସଦଙ୍କ ଏହି ଗ୍ରସ୍ତ ବେଳେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ୍, ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ,ପଡିଆ ସରପଞ୍ଚ ଗଙ୍ଗା କାରାମ, ପି ଭେଙ୍କଟେଶର ରାଓ, କେ ଭାସ୍କର ରାଓ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow