ଶେଉଳମୁଣ୍ଡା ଛକ ଠାରୁ ଦପଳା ରାସ୍ତା ଶୋଚନୀୟ , ରାସ୍ତା ମରାମତି ପାଇଁ ସାଧାରଣ ରେ ଦାବି

Aug 20, 2024 - 22:19
 0  23
ଶେଉଳମୁଣ୍ଡା ଛକ ଠାରୁ ଦପଳା ରାସ୍ତା ଶୋଚନୀୟ , ରାସ୍ତା ମରାମତି ପାଇଁ ସାଧାରଣ ରେ ଦାବି

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :

କଣ୍ଟାମାଲ 20:08:2024ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବଶରୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଶେଉଳମୁଣ୍ଡା ଛକ ଠାରୁ ଭଦ୍ରାପାଲି ଦେଇ ଦପଳା ପଂଚାୟତ ର ଦପଳା ହାଟପଦାକୁ ରାସ୍ତା ସଂଯୋଗ କରୁଛି l ଉକ୍ତ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା କାଦୁଅ ସାଙ୍ଗକୁ ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ଅନେକ ଲୋକ ଯିବା ଆସିବା ସମୟରେ ଅସୁବିଧାର ଶମ୍ଭୁଖିନ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି | ବର୍ଷା ଦିନେ ରାସ୍ତା ଖରାପ ଯୋଗୁଁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡେ | ଏହି ରାସ୍ତାରେ ପ୍ରତିଦିନ ଲମ୍ବଶରୀ ପଂଚାୟତ ର ଶହ ଶହ ଲୋକ ଯିବା ଆସିବା କରନ୍ତି ।ବର୍ଷା ଦିନରେ ଏହି ରାସ୍ତାରେ ଯିବା ପାଇଁ ଅଞ୍ଚଳବାସୀଙ୍କୁ ଚିନ୍ତା ଘାରୁଛି l ଏହି ରାସ୍ତାକୁ ମରାମତି କରି ଖୁବ୍ ଶୀଘ୍ର ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସି ଦାବୀ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow